IPL MI vs PBKS: ଆଇପିଏଲ୍ ୨୦୨୬ରେ ଆଜି ଏକ ବଡ଼ ମ୍ୟାଚ୍ ଖେଳାଯିବ। ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଚଳିତ ସିଜିନରେ ୨୩ତମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ପଞ୍ଜାବ ଏ ପର୍ଯ୍ୟନ୍ତ ଆଇପିଏଲରେ ଅପରାଜୟ ରହିଛି। ଶ୍ରେୟସ ଆୟରଙ୍କ ଟିମ୍ ୪ଟି ମ୍ୟାଚରୁ ୩ ବିଜୟ ସହ ଅଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛି। ପଞ୍ଜାବର ଗୋଟିଏ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଛି। ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲରେ ୯ମ ସ୍ଥାନରେ ରହିଛି। ହାର୍ଦ୍ଦିକଙ୍କ ଟିମ୍ ୪ଟି ମ୍ୟାଚରୁ ତିନି ପରାଜୟ ସହ ସଂଘର୍ଷ କରୁଛି।

ରୋହିତଙ୍କ ବିନା ଖେଳିବ ମୁମ୍ବାଇ

ହାର୍ଦ୍ଦିକଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଜିର ମ୍ୟାଚ୍ ଜିତିବା ଜରୁରୀ। ହେଲେ ଏହି ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଏମଆଇକୁ ବଡ଼ ଝଟକା ଲାଗିଛି। ଦଳକୁ ୫ ଥର ଟାଇଟଲ୍ ଜିତାଇଥିବା ରୋହିତ ଶର୍ମା ଆଜି ଖେଳିବା ପାଇଁ ମଇଦାନକୁ ଓହ୍ଲାଇବେ ନାହିଁ। ହିଟମ୍ୟାନ ଗତ ମ୍ୟାଚରେ ଆହତ ହୋଇଥିଲେ। ସେ ହାର୍ମଷ୍ଟ୍ରିଙ୍ଗ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଏବେ ପ୍ରଶ୍ନ ଉଠୁଛି ତାଙ୍କ ସ୍ଥାନରେ କାହାକୁ ସୁଯୋଗ ମିଳିବ ? ମୁମ୍ବାଇ ପାଇଁ ଭଲ ବିକଳ୍ପ ହେଉଛି କ୍ଵିଣ୍ଟନ ଡିକକ ଇନିଂସର ଓପନ କରନ୍ତୁ। ଏମିତି ସ୍ଥିତିରେ ଟ୍ରେଣ୍ଟ ବୋଲ୍ଟଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦେବାକୁ ପଡ଼ିବ।

Also Read: CSKକୁ ଲାଗିଲା ୪୪୦ ଭୋଲ୍ଟର ଝଟକା, IPLରୁ ବାଦ ପଡ଼ିଲେ ଗେମ୍ ଚେଞ୍ଜର...

କାହାର ପଲ୍ଲା ଭାରି ?

ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହେଡ ଟୁ ହେଡରେ ଦୁଇ ଦଳ ମଧ୍ୟରେ ସର୍ବଦା କଡ଼ା ଟକ୍କର ଦେଖିବାକୁ ମିଳିଛି। ମୁମ୍ବାଇ ଓ ପଞ୍ଜାବ ଉଭୟ ପରସ୍ପର ବିରୋଧରେ ୧୭-୧୭ ମ୍ୟାଚ୍ ଜିତିଛନ୍ତି। ଅର୍ଥାତ ଦୁଇ ଦଳ ବରାବର ସ୍ଥିତିରେ ରହିଛି। ହେଲେ ଗତ ୫ଟି ମ୍ୟାଚରେ ପଞ୍ଜାବ ୩ଟି ଜିତିଥିବା ବେଳେ ମୁମ୍ବାଇ ଜିତିଛି ୨ଟି ମ୍ୟାଚ୍।

ୱାଙ୍ଖେଡେ ଷ୍ଟାଡିୟମର ପିଚ୍ ରିପୋର୍ଟ

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ ପିଚ୍କୁ ସର୍ବଦା ବ୍ୟାଟରଙ୍କ ସ୍ଵର୍ଗ ବୋଲି ବିବେଚନା କରାଯାଏ। ଏଠାରେ ଯେକୌଣସି ଟାର୍ଗେଟ୍ ପିଛା କରାଯାଇପାରିବ। ଉଭୟ ଦଳରେ ଶକ୍ତିଶାଳୀ ବ୍ୟାଟର ଅଛନ୍ତି। ତେଣୁ, ଆଜିର ମ୍ୟାଚ୍ ଏକ ହାଇସ୍କୋରିଂ ହେବାର ସମ୍ଭାବନା ଅଛି। ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇପାରେ।

ମୁମ୍ବାଇ ଇଣ୍ଡିଆନ୍ସର ସମ୍ଭାବ୍ୟ ଏକାଦଶ: ରିୟାନ ରିକଲଟର, କ୍ୱିଣ୍ଟନ୍ ଡି କକ୍ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶେରଫେନ ରଦରଫୋର୍ଡ, ନମନ ଧୀର, ମିଚେଲ ସାଣ୍ଟନର୍, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ଏବଂ ଯଶପ୍ରୀତ ବୁମ୍ରା।

ଇମ୍ପାକ୍ଟ ପ୍ଲେୟାର: ଅଶ୍ଵନୀ କୁମାର |

ପଞ୍ଜାବ କିଙ୍ଗ୍ସର ସମ୍ଭାବ୍ୟ ଏକାଦଶ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସୀମରନ ସିଂ (ୱିକେଟ୍ କିପର), କୁପର କନୋଲି, ଶ୍ରେୟସ୍ ଆୟର୍ (ଅଧିନାୟକ), ନେହଲ୍ ୱାଡେରା, ମାର୍କସ୍ ଷ୍ଟୋଇନିସ୍, ଶଶାଙ୍କ ସିଂ, ମାର୍କୋ ଜନସେନ୍, ଜାଭିୟର୍ ବାର୍ଟଲେଟ୍, ବିଜୟକୁମାର ବିଶାକ୍ ଏବଂ ଅର୍ଶଦୀପ ସିଂ।

ଇମ୍ପାକ୍ଟ ପ୍ଲେୟାର: ୟୁଜବେନ୍ଦ୍ର ଚହଲ |