ଭୁବନେଶ୍ବର ୨୨।୧୦: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା କେତେବେଳେ ଓଡ଼ିଶା ମୁହାଁ ହୁଏ ତ ଆଉ କେତେବେଳେ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଏ । ଏହା ଆଉ କେତେବେଳେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଏଁ । କିନ୍ତୁ ଆପଣ ଜାଣନ୍ତି କି ବାତ୍ୟାର ଏହି ଗତିପଥ ସହିତ ପ୍ରଶାନ୍ତ ମହାସାଗରରେ ଘଟୁଥିବା ଦୁଇଟି ପ୍ରମୁଖ ଜଳବାୟୁ ଘଟଣା ଯଥା ଲାନିନା ଓ ଏଲ୍ ନିନୋର ସମ୍ପର୍କ ରହିଛି ।

ତେବେ ଲାନିନା ଏବଂ ଏଲନିନୋ ବର୍ଷ ଗୁଡିକରେ ସାଧାରଣତଃ କେଉଁ ଉପକୂଳ ମୁହାଁ ହୁଏ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା, ଏଭଳି ପ୍ରଶ୍ନର ଉତ୍ତର ରଖିଛ ଆଇଏମ୍ଡି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ୧୯୮୫ ରୁ ୨୦୧୨ ମଧ୍ୟରେ ମୌସୁମୀ ପରବର୍ତ୍ତୀ ଋତୁରେ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଗୁଡିକର ଗତିପଥକୁ ବିଶ୍ଳେଷଣ କଲେ ଜଣାପଡେ ଲାନିନା ବର୍ଷ ଗୁଡିକରେ ଅକ୍ଟୋବର ମାସରେ ସୃଷ୍ଟି ବାତ୍ୟା ସାଧାରଣତଃ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁହାଁ ହେଉଥିବା ବେଳେ ଏଲନିନୋ ବର୍ଷ ଗୁଡିକରେ ଏହା ଅକ୍ଟୋବର ମାସରେ ସାଧାରଣତଃ ଆନ୍ଧ୍ରପ୍ରଦେଶ କିମ୍ଵା ତାମିଲନାଡୁ ମୁହାଁ ହୋଇଥାଏ ।

Also Read:- ବଙ୍ଗୋପସାଗରରେ ଭୀଷଣ ବାତ୍ୟା ଆଶଙ୍କା, କେଉଁଠି ହେବ ଲ୍ୟାଣ୍ଡଫଲ୍ ? ଓଡ଼ିଶା ପାଇଁ ବଢ଼ିଲା ଚିନ୍ତା

କିନ୍ତୁ ନଭେମ୍ବର ମାସରେ ଲାନିନା ବର୍ଷ ଗୁଡିକରେ ଏହା ପୂର୍ବ ଉପକୂଳର କେଉଁ ବି ଅଞ୍ଚଳ ମୁହାଁ ହୋଇଥାଏ l ଡ଼ିସେମ୍ବର ମାସରେ କେବେବି ଓଡ଼ିଶା ମୁହାଁ ହୁଏନି ବାତ୍ୟା ।


ଆପଣ ଜାଣିଛନ୍ତିକି? ଲାନିନା ଏବଂ ଏଲନିନୋ ବର୍ଷ ଗୁଡିକରେ ସାଧାରଣତଃ କେଉଁ ଉପକୂଳ ମୁହାଁ ହୁଏ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା? ୧୯୮୫ ରୁ ୨୦୧୨ ମଧ୍ୟରେ ମୌସୁମୀ ପରବର୍ତ୍ତୀ ଋତୁରେ ବଙ୍ଗୋପସାଗର ରେ ସୃଷ୍ଟି ବାତ୍ୟା ଗୁଡିକର ଗତିପଥ କୁ ବିଶ୍ଳେଷଣ କଲେ ଜଣାପଡେ ଲାନିନା ବର୍ଷ ଗୁଡିକରେ ଅକ୍ଟୋବର ମାସରେ ସୃଷ୍ଟି ବାତ୍ୟା ସାଧାରଣତଃ ଓଡିଶା https://t.co/GdbCQak7wD