ନୂଆଦିଲ୍ଲୀ, ୨୨/୧୦:ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଗୁରୁବାର ଟି୨୦ସିରିଜର ପ୍ରଥମ ମୁକାବିଲା ଖେଳାଯିବ । ମ୍ୟାଚରେ ଟସ୍ ଜିତିଛନ୍ତି ଅଧିନାୟକ ଶ୍ରେୟସ ଆୟର । ସେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ଘରୋଇ ଟିମ୍ କିଓ୍ୱି ବ୍ୟାଟିଂ କରିବ ।

୧୨,୫୦୦ରୁ ଅଧିକ କିଲୋମିଟର ବିମାନ ଯାତ୍ରାର ଦିନକ ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ମଟିରେ ପ୍ରଥମ ଟି-ଟ୍ୱେଣ୍ଟି ଖେଳିବ। ଶୁକ୍ରବାର ଦିନ(୧୭ତାରିଖ) ୱେଷ୍ଟ ଇଣ୍ଡିଳ ବିପକ୍ଷ ସିରିଜ ଶେଷ ହେବା ପରେ ଭାରତୀୟ ଦଳ ମଙ୍ଗଳବାର ଖ୍ରୀଷ୍ଟଚର୍ଚ୍ଚରେ ଓହ୍ଲାଇଥିଲା। ବୁଧବାର ଦଳ ଅଭ୍ୟାସ କରି ପ୍ରଥମ ମ୍ୟାଚ ପାଇଁ ପ୍ରସ୍ତୁତ ହୋଇଛି। ଠିକ୍ ଏଭଳି ବ୍ୟସ୍ତପୂର୍ଣ କ୍ରୀଡ଼ାସୂଚୀ ଓ ଅଭ୍ୟାସର ଅଭାବ ଯୋଗୁଁ ଭାରତୀୟ ଦଳ ଗତ ଜୁନ ମାସରେ ଆୟର୍ଲାଣ୍ଡ ଗସ୍ତ କରି ୦-୨ରେ ଟି-ଟ୍ୱେଣ୍ଟି ସିରିଜ ପରାଜିତ ହୋଇଥିଲା।

ଏହି ସିରିଜ ଜରିଆରେ ଶ୍ରେୟାସ ଆୟରଙ୍କ ନେତୃତ୍ୱ ଉପରେ ନଜର ରଖାଯିବ। ସେ ଅଧିନାୟକ ଭାବେ ବିଦେଶ ମାଟିରେ ୨ଟି ଦ୍ବିପାକ୍ଷିକ ସିରିଜ ଖେଳିଛନ୍ତି ଓ ଉଭୟ ପରାଜିତ ହୋଇଛନ୍ତି। ନ୍ୟୁଜିଲାଣ୍ଡ ସିରିଜ ଜରିଆରେ ସେ ପରାଜୟରେ ପୂର୍ଣ୍ଣଚ୍ଛେଦ ପକାଇବେ। 

ଭୁବିଙ୍କୁ ସୁଯୋଗ

ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜରେ ଖେଳିଥିବା ଏକାଦଶ ଆଜି ସ୍ଥାନ ବଜାୟ ରଖିବ ବୋଲି ଚର୍ଚ୍ଚା ହେଉଥିଲା। କେବଳ ବୋଲିଂ ବିଭାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭୁବନେଶ୍ବର କୁମାର ପେସ୍ ବୋଲି ବିଭାଗର ଦାୟିତ୍ଵ ନେବେ। ସେହିପରି ନମନ ଧିର ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଛନ୍ତି।