ନୂଆଦିଲ୍ଲୀ,୦୭/୦୮:ସୋସିଆଲ ମିଡିଆ କମ୍ପାନୀ ମେଟାର ଅଡୁଆ ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ବିବାଦରେ କମ୍ପାନୀ ଫସିବାରେ ଲାଗିଛି । ଭାରତ ସରକାରଙ୍କୁ କମ୍ପାନୀ କ୍ଷମା ମାଗିବା ପରେ ଏବେ ନ୍ୟୁ ମେକ୍ସିକୋ କୋର୍ଟ ମେଟାକୁ ବଡ଼ ଝଟକା ଦେଇଛନ୍ତି । ମେଟା ନିଜ ପ୍ଲାଟଫର୍ମରେ ଯୁବପୀଢିଙ୍କୁ କ୍ଷତି ପହଁଚାଉଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ରିପୋର୍ଟ ଅନୁସାରେ, ଇନଷ୍ଟାଗ୍ରାମ୍ ଏବଂ ଫେସବୁକର ମୁଖ୍ୟ କମ୍ପାନୀ ମେଟା ନିଜ ପ୍ଲାଟଫର୍ମରେ ଯୁବପୀଢିଙ୍କୁ କ୍ଷତି ପହଁଚାଇଲା ଭଳି ଅନେକ କଣ୍ଟେଣ୍ଟ୍ ଦେଖାଉଛି । ଯାହାର ଭରଣା ପାଇଁ କମ୍ପାନୀ୫୬୭ମିଲିୟନ ଡଲାର ବାହଜାର କୋଟି ଟଙ୍କାର ଫାଇନ୍ ଦେବ । ମାମଲାର ଦ୍ୱିତୀୟ ଶୁଣାଣିରେ କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ମେଟା କେସ୍ ହାରିବା ସହ ଏବେ ପ୍ରବଳ ଫାଇନ୍ ଦେବ ।

Also Read :-'ହୋଟେଲକୁ ନ ଆସିଲେ ସବୁ କିଛି ସାରିଦେବି'... ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ, ବନ୍ଧା ହେଲା ଡେଲିଭରୀ ବଏ ହରେକୃଷ୍ଣ

କୋର୍ଟ କହିଛନ୍ତି ଯେ, ଆମେରିକାର ଚିଲଡ୍ରେନ୍ ଅନଲାଇନ୍ ପ୍ରାଇଭେସି ପ୍ରୋଟେକ୍ସନ୍ ଆକ୍ଟ୍ ଅନୁସାରେ ଶିଶୁଙ୍କ ଅନଲାଇନ୍ ଗୋପନୀୟତାକୁ ଗୁରୁତ୍ୱ ଦିଆଯାଏ । ଏହି ନିୟମ୧୩ବର୍ଷର କମ୍ ଶିଶୁଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷାକୁ ନିଶ୍ଚିତ କରିଥାଏ । ଶିଶୁଙ୍କ ବ୍ୟକ୍ତିଗତ ତଥ୍ୟ ଏବଂ ଅନଲାଇନ୍ ଗତିବିଧିକୁ ଏହି ନିୟମ ଟ୍ରାକ୍ କରିବା ପାଇଁ ଅନୁମତି ଦିଏନାହିଁ ।

ଗୁରୁବାର ବିଳମ୍ବିତ ରାତ୍ରରେ ଆସିଥିବା ଏହି ନିଷ୍ପତ୍ତିରେ ବିଚାରପତି ବ୍ରାଏନ୍ ୱିଡସାଇଡ୍ କହିଛନ୍ତି ଯେ, ମେଟା ଯେଉଁ ଫାଇନ୍ ଦେବ ତାହା ଯୁବପୀଢିଙ୍କ ଚିକିତ୍ସା, ମାନସିକ ଶାନ୍ତିରେ ଲାଗିବ । ଏଥିପାଇଁ୪୨କୋଟି ଡଲାର ଖର୍ଚ୍ଚ ହେବ । ଅନ୍ୟ ବଳକା ଅର୍ଥବର୍ଷ ଯାଏଁ ସଚେତନତା ଏବଂ ସ୍କ୍ରିନିଂ ସେବାରେ ବ୍ୟବହାର କରାଯିବ ।

ସୂଚନାଯୋଗ୍ୟ, ମାମଲାର ପ୍ରଥମ ପର୍ଯ୍ୟାୟରେ ମେଟା ଉପରେ୩୭୫ମିଲିୟନ ଡଲାର ଜରିମନା ଲାଗିଥିଲା । ମେଟା ପାଖରେ ଶିଶୁଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡୁଥିବା ନେଇ ସୂଚନା ରହିଥିଲା । ଏହାସହ ପିଲାଙ୍କୁ ଯୌନ ଶୋଷଣ ସମ୍ବନ୍ଧୀୟ ତଥ୍ୟ ଲୁଚାଇଥିଲା ବୋଲି କୋର୍ଟ କହିଛନ୍ତି ।