ଭୁବନେଶ୍ୱର,୦୭/୦୮ଫେସବୁକରେ ବନ୍ଧୁତାରୁ ପ୍ରେମ ହେଲା କାଳ।ଦୁଷ୍କର୍ମଅଭିଯୋଗରେ ଜଣେ ଡେଲିଭରୀ ବଏକୁ ଗିରଫ କରିଛି ମୈତ୍ରୀ ବିହାର ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଲେ ହରେକୃଷ୍ଣ ମହାନ୍ତି। ଘର ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ। ପୁଲିସ ଗିରଫ ପରେ ତାକୁ କୋର୍ଟ ଚାଲାଣ କରିଛି।

Also Read:-କଥା ହେଲେ ମୋଦୀ ଏବଂ ନେତନ୍ୟାହୁ : ଆଗକୁ ଘଟିବ କି କିଛି ବଡ଼ ଘଟଣା !

ଗଞ୍ଜାମ ଜିଲ୍ଲାର ପୀଡ଼ିତା ଯୁବତୀ ଭୁବନେଶ୍ଵରରେ ଚାକିରି ଅନ୍ଵେଷଣରେ ଥିଲେ। ହରେକୃଷ୍ଣ ଏଠାରେ ରହି ଡେଲିଭରୀ ବଏ ଭାବେ କାମ କରୁଥିଲେ। କିଛି ମାସ ପୂର୍ବରୁ ଫେସବୁକ ଜରିଆରେ ଉଭୟଙ୍କ ଚିହ୍ନା ପରିଚୟ ଆରମ୍ଭ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା। ଉଭୟ ଅନେକ ସମୟରେ ବାହାରେ ମିଳାମିଶା କରୁଥିଲେ । ଏହି ସୁଯୋଗରେ ପୀଡିତା ଯୁବତୀଙ୍କୁକାଧିକ ଥର ହୋଟେଲକୁ ନେଇ ତାଙ୍କ ଇଚ୍ଛା ବିରୋଧରେ ବଳାତ୍କାର କରିଥିଲେ ହରେକୃଷ୍ଣ। ଏହି ସମୟର ଭିଡିଓ ଏବଂ ଫଟୋ ରେକର୍ଡ କରି ରଖିଥିଲେ ହରେକୃଷ୍ଣ । ଏହି ଫଟୋ ଓ ଭିଡିଓ ଦେଖାଇ ବ୍ଲାକମେଲିଂ କରୁଥିଲେ। ହୋଟେଲକୁ ନଗଲେ ଏହି ଭିଡିଓ ଏବଂ ଫଟୋ ସବୁକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଦେବାକୁ ଧମକ ମଧ୍ୟ ଦେଉଥିଲେ।

ପୀଡ଼ିତା ଜଣଙ୍କ ବାଧ୍ୟହୋଇ ତାଙ୍କ ସହ ଯାଉଥିଲେ। ହେଲେ କିଛି ଦିନ ତଳେ ପୁଣି ହୋଟେଲକୁ ଡାକିଥିଲେ ହରେକୃଷ୍ଣ। ହୋଟେଲକୁ ଯିବା ପାଇଁ ସିଧା ସିଧା ମନା କରି ଦେଇଥିଲେ। ସେଥିରୁ କିଛି ଫଟୋ ହରେକୃଷ୍ଣ ସାମାଜିକ ଗଣମାଧ୍ୟମରେ ଛାଡ଼ି ଦେଇଥିଲେ। ଏ ବିଷୟରେ ଜାଣିବା ପରେ ଯୁବତୀ ଜଣଙ୍କ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ହରେକୃଷ୍ଣକୁ ଗିରଫ କରିଥିଲା। ତାଙ୍କ ପାଖରୁ ଅନେକ ଫଟୋ ଓ ଭିଡିଓ ପୁଲିସ ଜବତ କରିଛି