ଭୁବନେଶ୍ୱର: AIର ବଢ଼ୁଥିବା ବହୁଳ ବ୍ୟବହାର ମଧ୍ୟରେ ମେଟା AIକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି କେହି ମେଟା AIର ଭୁଲ କିମ୍ବା ବିଭ୍ରାନ୍ତିକର ପରାମର୍ଶକୁ ଅନୁସରଣ କରି ଆଇନ ଭଙ୍ଗ କରନ୍ତି, ତେବେ ସେଥିପାଇଁ ଦାୟୀ ହେବେ ବ୍ୟବହାରକାରୀ । ମେଟାର ସିଇଓ ମାର୍କ ଜୁକରବର୍ଗ ନୁହେଁ । ଏହାକୁ ନେଇ ପ୍ରଯୁକ୍ତି ବିଶେଷଜ୍ଞମାନେ AI ବ୍ୟବହାର ସମୟରେ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି ।

AI ଚାଟବଟ୍ଗୁଡ଼ିକ ଏବେ ଲକ୍ଷ ଲକ୍ଷ ଲୋକଙ୍କ ଦୈନନ୍ଦିନ ଜୀବନର ଅଂଶ ପାଲଟିଛି। କିନ୍ତୁ ଏହି ଟେକ୍ନୋଲୋଜି ସବୁବେଳେ ସଠିକ୍ ତଥ୍ୟ ଦେବ ବୋଲି କୌଣସି ନିଶ୍ଚିତତା ନାହିଁ। ମେଟା AI ମଧ୍ୟ କେବେ କେବେ ଭୁଲ, ଅସମ୍ପୂର୍ଣ୍ଣ କିମ୍ବା ବିପଦଜନକ ପରାମର୍ଶ ଦେଇପାରେ। ଆଇନ ବିଶେଷଜ୍ଞଙ୍କ ମତାନୁସାରେ, କୌଣସି ବ୍ୟକ୍ତି AIର ପରାମର୍ଶକୁ ଅନ୍ଧାଭାବେ ବିଶ୍ୱାସ କରି ଯଦି ଅବୈଧ କାର୍ଯ୍ୟ କରନ୍ତି, ତେବେ ଆଇନ ଅନୁଯାୟୀ ସେହି ବ୍ୟକ୍ତିଙ୍କୁ ହିଁ ଦାୟୀ ଧରାଯିବ। AI କେବଳ ଏକ ସହାୟକ ଉପକରଣ, ଏହାର ପରାମର୍ଶକୁ ଅନ୍ତିମ ଆଇନଗତ କିମ୍ବା ବୃତ୍ତିଗତ ପରାମର୍ଶ ବୋଲି ଧରାଯାଏ ନାହିଁ ।

ପ୍ରଯୁକ୍ତି କମ୍ପାନୀମାନେ ମଧ୍ୟ ନିଜ ନୀତିରେ ସ୍ପଷ୍ଟ କରିଥାନ୍ତି ଯେ AI ଦେଇଥିବା ଉତ୍ତରରେ ତ୍ରୁଟି ଥାଇପାରେ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ତଥ୍ୟକୁ ଯାଞ୍ଚ କରିବା ଆବଶ୍ୟକ। ତେଣୁ AIର ସୂଚନାକୁ ଆଧାର କରି କୌଣସି ଆଇନବିରୋଧୀ କାମ କଲେ, ତାହାର ଦାୟିତ୍ୱ AI ନିର୍ମାତାଙ୍କ ଉପରେ ନୁହେଁ, ବରଂ ସେହି କାମ କରିଥିବା ବ୍ୟକ୍ତିଙ୍କ ଉପରେ ପଡ଼ିବ। ବିଶେଷଜ୍ଞମାନେ କହୁଛନ୍ତି, AIକୁ ସହାୟକ ଭାବେ ବ୍ୟବହାର କରନ୍ତୁ, କିନ୍ତୁ ଆଇନ, ସ୍ୱାସ୍ଥ୍ୟ, ଆର୍ଥିକ କିମ୍ବା ଅନ୍ୟ ସମ୍ବେଦନଶୀଳ ବିଷୟରେ କେବଳ AIର ପରାମର୍ଶ ଉପରେ ନିର୍ଭର କରିବା ଉଚିତ୍ ନୁହେଁ।