ଓ୍ୱାଶିଂଟନ୍: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ପରିବାରରେ ବିବାଦ। ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ଟ୍ରମ୍ପଙ୍କ ପାରିବାରିକ ସମସ୍ୟା। ଅନ୍ୟର ଦାମ୍ପତ୍ୟ ଜୀବନକୁ ଆକ୍ଷେପ କରୁଥିବା ଡୋନାଲ୍ଡ ଟ୍ରମ୍ପ ନିଜେ ପାରିବାରିକ ବିବାଦରୁ ମୁକ୍ତ ନୁହନ୍ତି। ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ତଥା ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପଙ୍କ ମଧ୍ୟରେ ଫାଟ ନେଇ ଏବେ ଚର୍ଚ୍ଚା। ଚୀନ୍ ଗସ୍ତ ପରେ ଏହି ଘଟଣା ସାମନାକୁ ଆସିଛି। ଆମେରିକା ରାଷ୍ଟ୍ରପତିଙ୍କ ସହିତ ତାଙ୍କ ବୋହୂ ଲାରା ଥିଲେ କିନ୍ତୁ ମେଲାନିଆ ଅନୁପସ୍ଥିତ ଥିଲେ।

ରାଡାର ଅନଲାଇନ୍ ଅନୁଯାୟୀ, ଚୀନ ଗସ୍ତ ସମୟରେ ଡୋନାଲ୍ଡ ଟ୍ରଙ୍କ ସହ ଫାଷ୍ଟ ଲେଡି ସାମିଲ ନଥିଲେ। କିନ୍ତୁ ଟ୍ରମ୍ପ ବୋହୂ ସାଙ୍ଗରେ ଥିଲେ। ଯାତ୍ରା ପୂର୍ବରୁ, ମେଲାନିଆଙ୍କ କାର୍ଯ୍ୟାଳୟ କହିଛି, "ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଏଥର ଯାତ୍ରା କରୁନାହାଁନ୍ତି। ଏରିକ୍ ଏବଂ ଲାରାଙ୍କ ଉପସ୍ଥିତିକୁ ସୋସିଆଲ ମିଡିଆରେ ଅନ୍ୟମାନେ ମଧ୍ୟ ପ୍ରଶ୍ନ କରିଥିଲେ। ବେଜିଂର ଗ୍ରେଟ୍ ହଲ୍ ଅଫ୍ ଦି ପିପୁଲ୍ ଭିତରେ ଲାରା, ରାଷ୍ଟ୍ରପତି ଏରିକ୍ ଏବଂ ସି ଜିନପିଙ୍ଗଙ୍କୁ ନେଇ ଭୋଜିର ଏକ ଫଟୋ ଅନଲାଇନରେ ଭାଇରାଲ ହେବା ପରେ ଏହି ବିତର୍କ ଆରମ୍ଭ ହୋଇଛି।

ନେଟିଜେନମାନେ ଟ୍ରମ୍ପଙ୍କ ପରିବାରକୁ ଟ୍ରୋଲ କରିଛନ୍ତି। ଜଣେ ଲେଖିଛନ୍ତି, " ଟ୍ରମ୍ପ ସମସ୍ତଙ୍କୁ ଆଣିଲେ ଏବଂ ଫାଷ୍ଟ ଲେଡି କଣ କିଚେନରେ ରହିଲେ। ଏରିକ୍ X ରେ ତାଙ୍କ ପତ୍ନୀଙ୍କ ସହ ଏକ ଫଟୋ ପୋଷ୍ଟ କରିବା ପରେ ଲେଖିକା ଜୁଲି ରୋଗିନ୍ସକି ଏହାକୁ "ଜାତୀୟ ସୁରକ୍ଷା ଦୁର୍ନୀତି" ବୋଲି କହିଥିଲେ। ସମାଲୋଚନାକୁ ଚପାଇବା ପାଇଁ ଟ୍ରମ୍ପ ପରିବାରର ଜଣେ ମୁଖପାତ୍ର କହିଥିଲେ ଯେ ଏରିକ୍ "ବ୍ୟକ୍ତିଗତ କ୍ଷମତାରେ" ସେଠାରେ ଥିଲେ। ସେ ବ୍ୟକ୍ତିଗତ ବୈଠକରେ ଅଂଶଗ୍ରହଣ କରିବେନି। ବରଂ ଏହି ଐତିହାସିକ ଅବସରକୁ ପାଳନ କରିବା ପାଇଁ ରାଷ୍ଟ୍ରପତିଙ୍କ ସହିତ ଠିଆ ହେବେ।

​​​​​​​

ଏରିକ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରଥମ ପତ୍ନୀ ଇଭାନାଙ୍କର ତୃତୀୟ ସନ୍ତାନ। ୪୨ ବର୍ଷୀୟ ଏହି ବ୍ୟକ୍ତି ଟ୍ରମ୍ପ ସଂଗଠନର ଜଣେ ଟ୍ରଷ୍ଟି ଏବଂ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ। ସେ ୨୦୧୪ ମସିହାରେ ଲାରାଙ୍କୁ ବିବାହ କରିଥିଲେ। ଏରିକ-ଲାରାଙ୍କ ଦୁଇଟି ସନ୍ତାନ ଅଛନ୍ତି।