କଟକ ୫।୧୨: ଆସନ୍ତା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ । ମାଟ୍ରିକ୍ ପରୀକ୍ଷା ସକାଳ ୯ ଟାରୁ ସାଢ଼େ ୧୧ଟା ଯାଏଁ ଚାଲିବ । କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ସମୟ ପାଇବେ ପରୀକ୍ଷାର୍ଥୀ । ଏହି କାର୍ଯ୍ୟସୂଚୀ ଉଭୟ ରେଗୁଲାର ଏବଂ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଲାଗୁ ହେଉଛି । ଏଥର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବେ ।

ଫେବ୍ରୁଆରୀ ୧୯ ତାରିଖ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିଭଳି ୨୧ ତାରିଖରେ ଇଂରାଜୀ, ୨୩ ତାରିଖରେ ସଂସ୍କୃତ/ହିନ୍ଦୀ, ୨୫ ତାରିଖରେ ବିଜ୍ଞାନ, ୨୭ ତାରିଖରେ ସାମାଜିକ ବିଜ୍ଞାନ ଓ ମାର୍ଚ୍ଚ ୨ ତାରିଖରେ ଗଣିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ 

​​​​​​​