ଭୁବନେଶ୍ୱର ୧୯/୦୩: ଆଜିଠୁ ମାଟ୍ରିକ୍ ଖାତାଦେଖା। ସବଜେକ୍ଟିଭ୍ ପେପର୍ ଦେଖିବେ ନୀରିକ୍ଷକ। ରାଜ୍ୟରେ ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି ସେଥିପାଇଁ ୧୫ ହଜାର ନୀରିକ୍ଷକଙ୍କୁ ନିୟୋଜିତ କରାଯାଇଛି। ତେବେ ପୂର୍ବରୁ ଓଏମଆର ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିବାବେଳେ ଆଜିଠାରୁ ସବଜେକ୍ଟିଭ୍ ଖାତା ଦେଖାଯାଉ। ତେବେ ମାଟ୍ରିକ୍ ଖାତାଦେଖାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରଖିଛନ୍ତି ସ୍ପଷ୍ଟ ଉତ୍ତର ।

ମନ୍ତ୍ରୀ କହିଛନ୍ତି ମାଟ୍ରିକ ପରୀକ୍ଷା ଯେମିତି ସୁରୁଖୁରୁରେ ସରିଛି । ସେମିତି ମାଟ୍ରିକ୍ ମୂଲ୍ୟାୟନ ମଧ୍ୟ ସଠିକ ସମୟରେ ସୁରୁଖୁରୁରେ ସରିବ । ବିଭାଗ ପକ୍ଷରୁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସଠିକ ସମୟରେ ରେଜଲ୍ଟ ବାହାରିବା ଯେମିତି ପିଲାମାନେ ଯୁକ୍ତ ଦୁଇରେ ସଠିକ ସମୟରେ ନାମ ଲେଖାଇପାରିବେ ସେ ନେଇ ଧ୍ୟାନ ଦିଆଯାଉଛି । ମୂଲ୍ୟାୟନକାରୀ ଶିକ୍ଷକଙ୍କୁ ଇଦ୍ ଓ ରାମନବମୀରେ ଛୁଟି ନ ମିଳିବା ପ୍ରସଙ୍ଗର ଉତ୍ତର ।

ଆମକୁ ନିର୍ଦ୍ଧାରିତ ସମୟ ଭିତରେ ରେଜଲ୍ଟ ପ୍ରକାଶ କରିବା ର ଅଛି । ଠିକ୍ ସମୟରେ ରେଜଲ୍ଟ ମଧ୍ୟ ବାହାରିବା । ଶିକ୍ଷକମାନେ ସହଯୋଗ କରିବାର ଅଛି । ଯେମିତି ପିଲାମାନଙ୍କର କୌଣସି ଅସୁବିଧା ନ ହୁଏ ସେ ପ୍ରତି ଧ୍ୟାନ ଦିଆଯାଉଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେପଟେ ରାଜ୍ୟର ୫୧ଟି କେନ୍ଦ୍ରରେ ମାଟ୍ରିକ୍ ଖାତାଦେଖା ଚାଲିଛି ।

also read...Scb tragedy: ସରକାରଙ୍କ ଉପରେ ବର୍ଷିଲେ ସନ୍ତୃପ୍ତ, କହିଲେ ତଳିଆ କର୍ମଚାରୀଙ୍କୁ ହଟାଇ ଖସିଯିବାକୁ ଚେଷ୍ଟା

ଏପ୍ରିଲ ୨ରେ ଶେଷ ହେବା ଖାତାଦେଖା ପ୍ରକ୍ରିୟା । ତେବେ ମୂଲ୍ୟାଙ୍କନ ବେଳେ ନିୟମାବଳୀ ଅବଲମ୍ବନ କରିବାକୁ ନିର୍ଦ୍ଦେଶ ରହିଛି । ମୂଲ୍ୟାଙ୍କନ କେନ୍ଦ୍ର ଗୁଡ଼ିକରେ ଲାଗିଛି ସିସିଟିଭି । ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ରାଜ୍ୟରେ ୧୫ ହଜାର ଶିକ୍ଷକଙ୍କୁ ଦିଆଯାଇଛି ମୂଲ୍ୟାଙ୍କନ ଦାୟିତ୍ଵ ।