କଟକ ୧୯/୦୩: ଏସସିବି ମେଡିକାଲ ପରିଚାଳନାର ଉତ୍ତର ଦାୟିତ୍ୱ କାହାର ? ଏ ପ୍ରଶ୍ନ କରିଛନ୍ତି ନବ ନିର୍ବାଚିତ ସାଂସଦ ଡଃ ସଂତୃପ୍ତ ମିଶ୍ର । ଏସସିବି ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଛନ୍ତି ନବ ନିର୍ବାଚିତ ସାଂସଦ । ରାଜ୍ୟ ସରକାରଙ୍କ ଆଗରେ କିଛି ଏଭଳି ପ୍ରଶ୍ନ ରଖିଛନ୍ତି ସଂତୃପ୍ତ। ସେ କହିଛନ୍ତି କେବଳ କିଛି ତଳିଆ କର୍ମଚାରୀ ଅବା ଅଧିକାରୀଙ୍କୁ ସସ୍ପେଣ୍ଡ କରି ସରକାର ନିଜ ମୁଣ୍ଡରୁ ଦାୟିତ୍ୱ ହଟାଇ ପାରିବେ ନାହିଁ।

also read...

​​​​​​​House adjourn: ଏସିସିବି ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ, ଚାଲିପାରିଲାନି ଗୃହକାର୍ଯ୍ୟ

ବିଧାନସଭାରେ ବିଜେଡି ସରକାରଙ୍କୁ ଘେରିବା ପରେ ସରକାର ଏଭଳି ତରବରିଆ ପଦକ୍ଷେପ ନେଇଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରୀ, ସଚିବ କିମ୍ବା ଏସସିବି ଅଧିକ୍ଷକ କାହିଁକି ଉତ୍ତରଦାୟୀ ହେବେନାହିଁ ବୋଲି ସଂତୃପ୍ତ ପ୍ରଶ୍ନ କରିଛନ୍ତି। ନିଆଁରେ ନଷ୍ଟ ହୋଇସାରିଥିବା ଏସ୍ସିବି ଟ୍ରମା ଆଇସିୟୁ ବୁଲିବା ସହିତ, ସ୍ଥିତିରେ ସୁଧାର ଆଣିବାକୁ କିଛି ପ୍ରସ୍ତାବ ମଧ୍ୟ ଦେଇଛନ୍ତି ଡଃ ମିଶ୍ର। ଏସ ସି ବି ପରିଚାଳନା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଯାଉ। ସମ୍ପୂର୍ଣ୍ଣ ମେଡିକାଲର ବିଦ୍ୟୁତ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ସମସ୍ତ ଅନୁସଙ୍ଗିକ କାର୍ଯ୍ୟକୁ ନିଷ୍ଠାର ସହିତ କରାଯାଉ ବୋଲି କହିଛନ୍ତି ସାଂସଦ ସଂତୃପ୍ତ ମିଶ୍ର।

​​​​​​​