ଭୁବନେଶ୍ବର ୬।୨: ପୁଣି ଇଡି ତନାଘନାରେ ବାଲି ମାଫିଆ । ଇଡିରେ ହାଜର ହେଲା ମାଷ୍ଟର ମାଇଣ୍ଡ ସନ୍ତୋଷ ଦଳେଇ I ବାଲି ମାଫିଆଙ୍କ ଲିଙ୍କ୍କୁ ନେଇ ଚାଲିଛି ତନାଘନା । ମୁଖ୍ୟ ଅଭିଯୁକ୍ତ କୃପାସିନ୍ଧୁ ମୁଦୁଲିର ଘନିଷ୍ଠ ଥିଲା ସନ୍ତୋଷ I ଚଢ଼ାଉ ବେଳେ ଦୁଇଟି ଟ୍ରଙ୍କ ଭର୍ତ୍ତି ଟଙ୍କା ଜବତ କରିଥିଲା ଇଡି । ନକଲି Y ଫର୍ମ ଓ କାଗଜପାତ୍ର ଜବତ କରିଥିଲା ଇଡି I

୩ ଦିନ ପୂର୍ବରୁ ଇଡିରେ ହାଜର ହୋଇଥିଲେ ସୁନୀଲ ପାତ୍ର । ବ୍ରହ୍ମପୁରର ପ୍ରତିଷ୍ଠିତ ବ୍ୟବସାୟୀ ସୁନୀଲ ପାତ୍ର । ସୁନୀଲକୁ ମାରାଥନ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସୁନୀଲଙ୍କର ବାଲି ମାଫିଆଙ୍କ ସହିତ ଲିଙ୍କ୍ ରହିଥିବା ନେଇ ଖୋଳତାଡ଼ କରିଥିଲା ଇଡି । ଏନେଇ ଅଧିକ ଖୋଳତାଡ଼ କରିଥିଲା ଇଡି । ପୂର୍ବରୁ ବ୍ରହ୍ମପୁର ବାଲି ମାଫିଆଙ୍କ ଠିକଣାରେ ଚଢାଉ କରିଥିଲା ଇଡି । ଚଢାଉ ପରେ ଜଣ ଜଣ କରି ୬ ଜଣଙ୍କୁ ଜେରା କରିସାରିଛି ଇଡି ଟିମ୍ ।​​​​​​​

ଏ ଖବର ବି ପଢ଼ନ୍ତୁ:- ଥମୁନି ବର୍ବରତା: ପଢିବାକୁ ଯାଇଥିଲା ଝିଅ, ସଂଜ୍ଞାହୀନ ଅବସ୍ଥାରେ ହେଲା ଉଦ୍ଧାର

ସୂଚନାଯୋଗ୍ୟ ଯେ, ଜାନୁଆରୀ ୧୬ ତାରିଖରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, କନିଷି, ଶେରଗଡ଼, ଆସିକା ଆଦି ୨୫ରୁ ଅଧିକ ଜାଗାରେ ଇଡି ଚଢ଼ଉ କରିଥିଲା । ଟିକସ ଫାଙ୍କିଥିବା, ନିୟମ ବହିର୍ଭୂତ କାମ କରି ବିପୁଳ ପରିମାଣର ଟଙ୍କା ରଖିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଶେରଗଡ଼ର ଜଣାଶୁଣା କ୍ଲାସ୍-୧ ଠିକାଦାର ହୃଷୀକେଶ ପାଢ଼ୀଙ୍କ ଘର, ବ୍ରହ୍ମପୁର ଜୟପ୍ରକାଶ ନଗରରେ ରହୁଥିବା ତାଙ୍କ ପୁଅ ତଥା କ୍ଲାସ୍-୧ ଠିକାଦାର ସଚିନ ପାଢ଼ୀ, ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଉମାନଗରରେ ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲି, ବାଲି ବ୍ୟବସାୟୀ ବ୍ରହ୍ମପୁର ଗାନ୍ଧିନଗର ଓ କନିଷି ସ୍ଥିତ ସୁନୀଲ କୁମାର ପାତ୍ରଙ୍କ ଘର ଓ ଅଫିସ୍, କନିଷିରେ ଶୁଭାଶିଷ ସାହୁ (ବଣ୍ଟି), ବ୍ରହ୍ମପୁର ବିଜିପୁର କାଳୁଆ ସାହିରେ ବିଶ୍ୱଜିତ ପାତ୍ର(ହକି), ଆସିକା ଖାରିଆ ସରପଞ୍ଚଙ୍କ ସ୍ୱାମୀ ତଥା ବାଲି ଓ ମଦ ବ୍ୟବସାୟୀ ଭଗବାନ ସାହୁ(ଭାଲୁ)ଙ୍କ ସମେତ ଆଉ କିଛି ଜଣ ବ୍ୟବସାୟୀଙ୍କ ଘରେ ଚଢ଼ଉ ହୋଇଥିଲା ।

ଏ ଖବର ବି ପଢ଼ନ୍ତୁ:- ଇଡି ଅଫିସ୍‌ରେ ବାଲି ମାଫିଆ ବିଶ୍ବଜିତ ପାତ୍ର, ହାଜର ହେବାକୁ ହୋଇଥିଲା ସମନ

ବ୍ରହ୍ମପୁର ଉପକଣ୍ଠ କନିଷି ନିକଟ ଲଉଡ଼ିଗାଁରେ ନିର୍ମାଣାଧୀନ ଆଇଜର୍ କ୍ୟାମ୍ପସ୍ ଆଦି ନିର୍ମାଣ କାର୍ଯ୍ୟରେ ବାଲି, ଗୋଡ଼ି ଏବଂ ଅନ୍ୟ ସାମଗ୍ରୀ ଯୋଗାଣ କରି କୋଟିକୋଟି ଟଙ୍କା ବିଲ୍ କରିଥିବା ବେଳେ ଏପରିକି ଏହି ସବୁ କାମରେ ଏମାନେ ବେଆଇନ ଭାବେ କଳା ଟଙ୍କା ଠୁଳ କରି ରଖିଥିବା ଅଭିଯୋଗ ହୋଇଥିଲା ।