ଭୁବନେଶ୍ବର ୩୦।୧: ବାଲି ମାଫିଆଙ୍କୁ ନିସ୍ତାର ନାହିଁ । ବାଲି ମାଫିଆଙ୍କୁ ଘେରିଛି ଇଡି । ଇଡିରେ ହାଜର ହେଲେ ବାଲି ମାଫିଆ ବିଶ୍ବଜିତ ପାତ୍ର । ଇଡିରେ ହାଜର ହେବାକୁ ବାଲି ମାଫିଆ ବିଶ୍ବଜିତ ପାତ୍ରଙ୍କୁ ସମନ ଜାରି କରାଯାଇଥିଲା । ପୂର୍ବତନ ଯୁବ କଂଗ୍ରେସ ନେତା ହେଉଛନ୍ତି ବିଶ୍ୱଜିତ ପାତ୍ର । ଗତ ୧୬ ତାରିଖରେ ଗଞ୍ଜାମର ୬ ବାଲି ମାଫିଆଙ୍କ ଘରେ ରେଡ୍ କରାଯାଇଥିଲା । ଚଢ଼ାଉ ବେଳେ ୨ କୋଟି ୬୩ ଲକ୍ଷ ନଗଦ ଟଙ୍କା, ୧୦ ଦାମୀ ଗାଡି ଜବତ ହୋଇଥିଲା । ଏକକାଳୀନ ୨୫ଟି ସ୍ଥାନରେ ରେଡ୍ କରିଥିଲା ଇଡି ।

ସୂଚନାଯୋଗ୍ୟ ଯେ, ଗତ ୧୬ ତାରିଖରେ ସାରା ରାଜ୍ୟରେ ୨୫ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଥିଲା । ବାଲି ମାଫିଆ ଓ ଗ୍ୟାଙ୍ଗଷ୍ଟାରଙ୍କ ବିଭିନ୍ନ ଠିକଣାରେ ରେଡ୍ କରିଥିଲା ଇଡି । ବେଆଇନ ଅର୍ଥ କାରବାର ନେଇ ରେଡ୍ ହେଉଥିବା ନେଇ ସୂଚନା ରହିଥିଲା । ବ୍ରହ୍ମପୁର, ଗଞ୍ଜାମ, ଆସିକା, ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଭଳି ବିଭିନ୍ନ ସ୍ଥାନରେ ଚାଲିଥିଲା ରେଡ୍ । ଏହି ସର୍ଚ୍ଚ ଅପରେସନ ବେଳେ ପ୍ରାୟ .୬୩ କୋଟି ନଗଦ ଟଙ୍କା ସହ ଫର୍ଚୁନର, ସ୍କର୍ପିଓ, ଥାର୍ ଭଳି ଅନେକ ଦାମୀ ବିଳାସପୂର୍ଣ୍ଣ ଗାଡ଼ି, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମ୍ପତ୍ତିର ଦଲିଲ ଜବତ କରାଯାଇଛି ଏହି ମାମଲାରେ ବିଶ୍ୱଜିତ୍ ପାତ୍ର ଏବଂ କିଛି ସ୍ଥାନୀୟ ରାଜନୈତିକ ନେତାଙ୍କ ସଂପୃକ୍ତି ଥିବା ସନ୍ଦେହରେ ସେମାନଙ୍କ ଘର କାର୍ଯ୍ୟାଳୟ ଉପରେ ରେଡ୍ ହୋଇଥିଲା