ନୂଆଦିଲ୍ଲୀ, ୦୩/୦୯: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ପରସ୍ପର ଉପରେ ମିସାଇଲ ମାଡ କରୁଛନ୍ତି । ଉଭୟ ପକ୍ଷର ସୈନ୍ୟ ପ୍ରାଣ ହରାଉଛନ୍ତି । ଏହା ମଧ୍ୟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିୟୋ ଚେତାବନୀ ଦେଇଛନ୍ତି । ଯେଉଁମାନେ ଇରାନ ସହ ବାଣିଜ୍ୟ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସେ ଚେତାବନୀ ଦେଇଛନ୍ତି ।

ରୁବିୟୋ କହିଛନ୍ତି ଯେ, କେଉଁ ଦେଶ ହେଲେ ବି ତାହାକୁ ଛଡାଯିବ ନାହିଁ । ଯିଏ ବି ଇରାନ ସହ ବାଣିଜ୍ୟ କରିବା ଜାରି ରଖିବ ତାହା ବିରୋଧରେ ଟ୍ରମ୍ପ୍ ସରକାର କଡା ଆକ୍ସନ ନେବେ । ତେବେ ରୁବିୟୋଙ୍କ ବୟାନ ଏସସିଓ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇରାନର ରାଷ୍ଟ୍ରପତି ମସୁଦ ପେଜେସକିୟାନଙ୍କ ସାକ୍ଷାତ ପରେ ସାମ୍ନାକୁ ଆସିଛି । କୁହାଯାଉଛି ଯେ, ଭାରତ ଏବଂ ଇରାନ ଆଗକୁ ବାଣିଜ୍ୟ କାରବାର କରିପାରନ୍ତି । ପାକିସ୍ତାନ ମଧ୍ୟ କିଛି ଦିନ ତଳେ ଇରାନ ସହ ଆଲୋଚନା କରିଥିଲା ।

ସେ ଆହୁରି କହିଛନ୍ତି ଯେ, ଭାରତ ଏବଂ ଇରାନ ମଧ୍ୟରେ ଏବେ କୌଣସି ଟ୍ରେଡ୍ ଡିଲ୍ ହେଉଥିବା ନେଇ ଲାଗୁନି । ସବୁ ଦେଶର ସ୍ୱତନ୍ତ୍ର ବୈଦେଶିକ ନୀତି ରହିଛି । ଦୁନିଆର ଅନେକ ଦେଶ ଇରାନ ସରକାରଙ୍କ ସହ ଆଲୋଚନା କରୁଛନ୍ତି । ଆମେରିକା ମଧ୍ୟ ଇରାନ ସରକାରର ଅନେକ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । କିନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କ ସନ୍ଦେଶ ପୂରା ସ୍ପଷ୍ଟ ରହିଛି । କେଉଁ ଦେଶ ହେଲେ ବି ଆମେରିକା ଇରାନ ଉପରେ ଲଗାଇଥିବା ପ୍ରତିବନ୍ଧକରୁ ରକ୍ଷା ପାଇବେ ନାହିଁ । ଇରାନ ଆତଙ୍କବାଦୀଙ୍କୁ ସମର୍ଥନ କରୁଛି । ପରମାଣୁ ଅସ୍ତ୍ର ତିଆରି କରୁଛି । ଯଦି ଇରାନକୁ ଏଥିରେ କିଏ ସହଯୋଗ କରେ ତାହାଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ।

Also Read :-SIRରେ କଟିଲା ରାଘବ ଚଡ୍ଡାଙ୍କ ନାଁ, କହିଲେ- 'ଏଥିପାଇଁ ଆପ୍ ସରକାର ଦାୟୀ'

କୁହାଯାଉଛି ଯେ, ମୋଦୀ ଏବଂ ମାସୁଦଙ୍ଗ ମଧ୍ୟରେ ଏସସିଓ ସମ୍ମିଳନୀରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କ ଏବଂ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ବାବଦରେ ଆଲୋଚନା କରିଥିଲେ । ସମସ୍ତ ପ୍ରସଙ୍ଗରୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ମୋଦୀ ଇରାନ ନେତାଙ୍କୁ କହିଥିଲେ । ନିକଟରେ ଇରାନ ମଧ୍ୟ ଯୁଦ୍ଧରେ ଭାରତର କୁଟନୈତିକ ସମର୍ଥନ ପାଇଁ ଅପିଲ କରିଥିଲା ।