ଏର୍ଣ୍ଣାକୁଲମ:ଜିଏସଟି ଆପିଲେଟ୍ ଟ୍ରିବ୍ୟୁନାଲ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସିଙ୍ଗାପୁର ଏୟାରଲାଇନ୍ସ ଲିମିଟେଡ ବନାମ କୋଚ୍ଚି ସିଜିଏସଟି ଓ ସିଇ କମିଶନରଙ୍କ ମାମଲାରେ ଏହି ରାୟ ଆସିଛି। ଯଦି ଏୟାରଲାଇନ୍ସ କ୍ୟାନସେଲ ହୋଇଥିବା ଫ୍ଲାଇଟ୍ ଟିକେଟ୍ ଲାଗି ଯାତ୍ରୀଙ୍କୁ ଭଡ଼ା ଓ ଶୁଳ୍କ ଉଭୟ ଫେରସ୍ତ କରିଥାନ୍ତି ଓ ନିଜ ପାଖରେ ଥିବା ଡକ୍ୟୁମେଣ୍ଚରେ ଏହାକୁ ପ୍ରମାଣିତ କରିପାରନ୍ତି ତେବେ ସେ ଏହି ଟିକେଟ୍ ବାବଦ ପୈଠ କରିଥିବା ଦ୍ରବ୍ୟ ଓ ସେବା କର(ଜିଏସଟି) ରିଫଣ୍ଡ ଦାବି କରିପାରିବେ।

ଜିଏସଟି ଆପିଲେଟ୍ ଟ୍ରିବ୍ୟୁନାଲ (ଜିଏସଟିଏଟି) ଏର୍ଣ୍ଣାକୁଲମ ବ୍ରାଞ୍ଚ ଜାଣିବାକୁ ପାଇଛନ୍ତି ଯେ ମାମଲାରେ ଯାତ୍ରୀଙ୍କୁ ସେମାନଙ୍କ ଟିକେଟ୍ ବାବଦ ରାଶି ସମ୍ପୂର୍ଣ୍ଣ ଫେରସ୍ତ କରାଯାଇଛି ଓ ଏୟାରଲାଇନ୍ସ ଟ୍ୟାକ୍ସ ବୋଝ ଆଉ କାହା ଉପରେ ପକାଇ ନଥିଲେ। ଏଣୁ ଟ୍ରିବ୍ୟୁନାଲ ରାଜସ୍ୱ ବିଭାଗକୁ ସିଙ୍ଗାପୁର ଏୟାରଲାଇନ୍ସର ରିଫଣ୍ଡ କ୍ଲେମକୁ ୨ ସପ୍ତାହ ମଧ୍ୟରେ ପ୍ରୋସେସ କରି ସୁଧ ସମେତ ପୁରା ରାଶି ପୈଠ କରନ୍ତୁ। ସିଙ୍ଗାପୁର ଏୟାରଲାଇନ ଲିମିଟେଡ ବନାମ କୋଚ୍ଚି ସିଜିଏସଟି ଓ ସିଇ କମିଶନରଙ୍କ ମାମଲାରେ ଏହି ନିଷ୍ପତ୍ତି ଅକ୍ଟୋବର ୨୦୧୯ରୁ ମାର୍ଚ୍ଚ ୨୦୨୧ ଅବଧିକାଳରେ କରାଯାଇଥିବା ସିଜିଏସଟି ରିଫଣ୍ଡର ୮ଟି କ୍ଲେମ ସମ୍ପର୍କିତ, ଯାହା ମୋଟ ୪୫.୯୨ ଲକ୍ଷ ଟଙ୍କାର।

କୋଭିଡ-୧୯ ମହାମାରୀ କାଳରେ ସିଙ୍ଗାପୁର ଏୟାରଲାଇନ୍ସର ଅନେକ ଉଡାଣ ବାତିଲ ହୋଇଥିଲା ଓ ଯାତ୍ରୀଙ୍କୁ ଜିଏସଟି ସହିତ ପୁରା ଭଡ଼ା ଫେରସ୍ତ କରିଥିଲା। ତେବେ ଏୟାରଲାଇନ୍ସ ତାଙ୍କ ଆଉଟପୁଟ ଟ୍ୟାକ୍ସ ଦାୟିତ୍ୱ ବିପକ୍ଷରେ ଏହି କ୍ରେଡିଟ୍ ନୋଟସ୍ କୁ ଆଡଜଷ୍ଟ କରିପାରିନଥିଲେ। ଏଣୁ ଜିଏସଟି ଯୁଗ୍ମ କମିଶନର ଏୟାରଲାଇନ୍ସର ରିଫଣ୍ଡ କ୍ଲେମକୁ ଅଗ୍ରାହ୍ୟ କରିଦେଇଥିଲେ। ଏହା ପରେ ମାମଲା ଟ୍ରିବ୍ୟୁନାଲକୁ ପହଞ୍ଚିଥିଲା। ଟ୍ରିବ୍ୟୁନାଲ ମାମଲାରେ ନିଜ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି।