ମାଲକାନଗିରି ୦୫।୦୨ : ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓ କମାଣ୍ଡର ନିହତ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ଜଣେ ମାଓ କମାଣ୍ଡର ନିହତ ହୋଇଥିବା ଜଣାପଡିଛି । ଜଙ୍ଗଲରେ ଅଧିକ ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଏ ଖବର ବି ପଢନ୍ତୁ :- ଦକ୍ଷିଣ ପଶ୍ଚିମାଞ୍ଚଳ DIGଙ୍କ ବଡ଼ ଘୋଷଣା, ସଂପୂର୍ଣ୍ଣ ମାଓ ମୁକ୍ତ ହେଲା କୋରାପୁଟ ଜିଲ୍ଲା

ଛତିଶଗଡ଼ ବିଜାପୁର ପେଡ୍ଡାଗାଲୁର ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସ୍ଥାନୀୟ ପୋଲିସ, ଡିଆରଜି ଓ ସିଆରପିଏଫ୍ ବାହିନୀର କୋବ୍ରା ବାଟାଲିୟନ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଜଙ୍ଗଲରେ କିଛି ବାଟ ଯିବା ପରେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ ମାଓବାଦୀ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାବାହିନୀ । ଦୀର୍ଘ ସମୟ ଧରି ଚାଲିଥିବା ଗୁଳିବିନିମୟରେ ଟପ୍ ନକ୍ସଲ କମାଣ୍ଡର ଉଧମ ସିଂହ ନିହତ ହୋଇଥିବା ଜଣାପଡିଛି ।

ସେପଟେ ଗୁଳିବିନିମୟର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଆଉ କିଛି ମାଓବାଦୀ । ଏବେ ବି ସୁରକ୍ଷାକର୍ମୀମାନେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ପୋଲିସକୁ କିଛି ମାଓ ସାମଗ୍ରୀ ଏବଂ ଗୋଟିଏ ଏକେ-୪୭ ବନ୍ଧୁକ ମିଳିଛି । ପୁରା ଅଞ୍ଚଳକୁ ଏବେ ବି ଘେରି ରହିଛନ୍ତି ସୁରକ୍ଷାକର୍ମୀ ।

ଏ ଖବର ବି ପଢନ୍ତୁ :- ଚମତ୍କାର ଅଣ୍ଡା ଖାଇ ୭ ବର୍ଷ ବଢୁଛି ଲୋକଙ୍କର ଆୟୁଷ ! ଜାଣନ୍ତୁ ଘଟଣାରେ ସତ୍ୟତା