କୋରାପୁଟ ୦୫।୦୨ : କମୁଛି ଲାଲ୍‌ ବାହିନୀର ପାଦ୍ରୁଭାବ । ଧୀରେ ଧୀରେ ମାଓ ମୁକ୍ତ ହେଉଛି ବି ଅଞ୍ଚଳ । ମାଲକାନଗିରି ପରେ କୋରାପୁଟ ଜିଲ୍ଲା ହୋଇଛି ମାଓ ମୁକ୍ତ । ପୁରା କୋରାପୁଟ ଜିଲ୍ଲା ଏବେ ମାଓ ମୁକ୍ତ ହୋଇଛି । ସଂପୂର୍ଣ୍ଣ କୋରାପୁଟ ଜିଲ୍ଲାକୁ ମାଓ ମୁକ୍ତ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ ।

ଏ ଖବରବି ପଢ଼ନ୍ତୁ:- ଲାଲ୍‌ ସଂଗଠନକୁ ଜୋରଦାର ଝଟ୍‌କା, ଟପ୍‌ କମାଣ୍ଡର ଉଧମ ସିଂହ ନିହତ

ସେହିପରି ରାଜ୍ୟ ସରକାରଙ୍କ ନୂତନ ଆତ୍ମସମର୍ପଣ ଯୋଜନାରେ ଅନୁପ୍ରାଣିତ ହୋଇ ଏସିଏମ ରାଙ୍କର କ୍ୟାଡର ମମତା ପଡିଆମୀ ଆତ୍ମସମର୍ପଣ କରିଛନ୍ତି। ନିଜ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି ମମତା ପଡିଆମୀ । ତାଙ୍କ ଠାରୁ ଟିଫିନ ବୋମା ସହି ଅଫୁଟା ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ତେବେ ଆତ୍ମସମର୍ପଣ ପରେ ସରକାରଙ୍କ ତରଫରୁ ସହାୟତା ରାଶି ମଧ୍ୟ ଯୋଗାଇ ଦିଆଯାଇଛି। ସରକାରଙ୍କ ନିୟମ ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସାମ୍ବାଦିକ ସମ୍ବିଳନୀରେ ଡ଼ିଆଇଜି କହିଛନ୍ତି।

 ଏ ଖବରବି ପଢ଼ନ୍ତୁ:- ମାର୍କେଟ୍ କ୍ରାଶ୍ : ହଠାତ ଶସ୍ତା ହୋଇଗଲା ସୁନା-ରୁପା, ଶୀଘ୍ର କିଣି ନିଅନ୍ତୁ...