ପୁଣେ: ପୂର୍ବତନ କ୍ରିକେଟ୍ କେଦାର ଯାଦବଙ୍କ ଭିନ୍ନ ଅବତାର। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ(RSS)ର ବିଜୟାଦଶମୀ ଉତ୍ସବରେ ସାମିଲ୍ ହୋଇଛନ୍ତି ଯାଦବ। ଅକ୍ଟୋବର ୨୦ରେ ପୁଣେର ଡେକ୍କନ ଜିମଖାନା କଲୋନୀରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ପଥ ସଞ୍ଚଳନରେ ସେ ଯୋଗ ଦେଇଛନ୍ତି। ଯାଦବ ସଂଘର ଗଣବେଶରେ ନିଜର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହା ସଂପ୍ରତି ଭାଇରାଲ୍ ହେବାରେ ଲାଗିଛି।

କେଦାର ଯାଦବ ନିଜର ଇନଷ୍ଟାଗ୍ରାମରେ RSSର କାର୍ଯ୍ୟକ୍ରମ ଏବଂ ଏହାର ବିଚାରଧାରା ସଂପର୍କିତ ସନ୍ଦେଶ ସେୟାର କରିଛନ୍ତି। ଏହି ସମୟରେ ତାଙ୍କୁ ଧଳା ସାର୍ଟ, ଖାକି ପ୍ୟାଣ୍ଟ ଏବଂ କଳା ଟୋପି ପିନ୍ଧିଥିବା ଦେଖିବାକୁ ମିଳିଛି। ପଥ ସଞ୍ଚାଳନ ସମୟରେ ତାଙ୍କ ହାତରେ ଦଣ୍ଡ(ବାଉଁଶର ଲାଠି) ମଧ୍ୟ ରହିଥିଲା।

Also Read: ଆହୁରି ଅନେକ ମାସ ଯାଏ କ୍ରିକେଟରୁ ଦୂରରେ ରହିବେ ହାର୍ଦ୍ଦିକ ପାଣ୍ଡ୍ୟା, ଏହି ଟୁର୍ଣ୍ଣାମେଣ୍ଟରେ ହୋଇପାରେ ପ୍ରତ୍ୟାବର୍ତ୍ତନ

୪୧ ବର୍ଷର କେଦାର ଯାଦବ ୨୦୨୪ ଜୁନ ୩ରେ କ୍ରିକେଟରେ ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ୨୦୧୪ ନଭେମ୍ବର ୧୬ରେ ସେ ରାଞ୍ଚିରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ।

ଭାରତ ପାଇଁ ଯାଦବ ୭୩ ଦିନିକିଆ ଖେଳି ୪୨.୦୯ ହାରରେ ୧୩୮୯ ରନ କରିଛନ୍ତି।। ଏଥିରେ ଦୁଇଟି ଶତକ ଏବଂ ଛଅଟି ଅର୍ଦ୍ଧଶତକ ସାମିଲ୍। ବୋଲିଂରେ ସେ ୨୭ଟି ଓ୍ଵିକେଟ୍ ନେଇଛନ୍ତି। ଏହି ପୂର୍ବତନ କ୍ରିକେଟର ୯ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।