କେନ୍ଦ୍ରାପଡ଼ା ୪।୬: ଝୁଣି ଝୁଣି ଖାଇ ପକାଇ ଥାନ୍ତା । କିନ୍ତୁ କୁମ୍ଭୀର ଆଖିରେ ଆଙ୍ଗୁଠି ଗେଞ୍ଜି ଖସି ଆସିଲେ । କୁମ୍ଭୀର ମୁହଁରୁ ବର୍ତ୍ତିଲା ଜୀବନ । କୁମ୍ଭୀର ମୁହଁରୁ ଜୀବନ ବଞ୍ଚାଇ ଖସି ଆସିଲେ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଲିଚନ୍ଦ୍ରପୁର ଗାଁର କ୍ଷମାନିଧି ଦାସ କୁମ୍ଭୀର ମୁହଁରୁ ବର୍ତ୍ତି ଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ବ୍ରାହ୍ମଣୀ ନଦୀରେ ବନ ବିଭଗ ପକ୍ଷରୁ ନିର୍ମାଣ ହୋଇଥିବା ଏକ ଗାଧୁଆ ଘାଟରେ ଗାଧାଉଥିବା ବେଳେ କ୍ଷମାନିଧିଙ୍କୁ ଏକ କୁମ୍ଭୀର ଆକ୍ରମଣ କରିଥିଲା l ଏଥିରେ ଭୟଭୀତ ନହୋଇ ସାହସର ସହିତ କୁମ୍ଭୀର ଆକ୍ରମଣର ପ୍ରତିରୋଧ କରିଥିଲେ କ୍ଷମାନିଧି l ଅନ୍ୟପକ୍ଷରେ ସେଠାରେ ଗାଧାଉଥିବା ଅନ୍ୟ ଲୋକମାନେ ମଧ୍ୟ ଏକ ବାଉଁଶ ସାହଯ୍ୟରେ କୁମ୍ଭୀର ମୁହଁକୁ ପ୍ରହାର କରିଥିଲେ l ଶେଷରେ କୁମ୍ଭୀରଟି କ୍ଷମାନିଧିଙ୍କୁ ଛାଡି ଚାଲିଯାଇଥିଲା l

Also Read:- ରାଜ୍ୟରେ ସତ୍ତା ପରିବର୍ତ୍ତନକୁ ୨ ବର୍ଷ, ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଯୁଗାନ୍ତକାରୀ ଓ ଗୌରବମୟ ଦିବସ କହିଲେ ମୁଖ୍ୟମନ୍ତ୍ରୀ

କୁମ୍ଭୀର ଆକ୍ରମଣରେ କ୍ଷମାନିଧିଙ୍କ ଦୁଇ ଗୋଡ଼ରେ ଏକାଧିକ ଗଭୀର କ୍ଷତ ସୃଷ୍ଟି ହୋଇଛି l ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ କୁମ୍ଭୀରଟି ପ୍ରାୟ ୨୫ ଫୁଟ ଲମ୍ବା ହେବ l ପରେ ଲୋକେ କ୍ଷମାନିଧିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି l