ରାଇରଙ୍ଗପୁର: ଘରେ ଶୋଇଥିଲେ, ହେଲେ ସକାଳୁ ମିଳିଲା ରକ୍ତାକ୍ତ ମୃତଦେହ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟ ବାଦଳା କଲୋନୀ ସାହିରେ। ମୃତକ ହେଲେ ମିଶ୍ରା ପୂର୍ତ୍ତି।

ସୂଚନା ଅନୁସାରେ, ରାତିରେ ଖାଇସାରି ଘରେ ଶୋଇଥିଲେ ମିଶ୍ରା କିନ୍ତୁ ସକାଳୁ ପରିବାର ଲୋକେ ତାଙ୍କୁ ମୃତ ଅବସ୍ଥାରେ ପାଇ ପୋଲିସକୁ ସୂଚନା ଦେଇଥିଲେ । ତେବେ ମୁଣ୍ଡରେ ଗଭୀର ଆଘାତ ସହିତ ରକ୍ତସ୍ରାବ ହୋଇଥିବାରୁ, ରାତିରେ କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।

Also Read: ପୁଅର କାର୍ଯ୍ୟକଳାପକୁ ନେଇ ରାଗିଗଲା, ଶେଷରେ ଛୁରୀ ଭୁସିଦେଲା ବାପା