ଭୁବନେଶ୍ୱର, ୩୧। ୦୭ : ପ୍ରେମ ଓ ଅପହରଣ ଘଟଣାକୁ କେନ୍ଦ୍ର କରି ଗୁରୁବାର ଚନ୍ଦ୍ରଶେଖରପୁର ଥାନା ସମ୍ମୁଖରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ଯୁବତୀକୁ ଜଣେ ଯୁବକ ପ୍ରେମ କରି ଅପହରଣ କରି ନେଇଥିବା ବେଳେ ପରିବାର ଲୋକ ତାଙ୍କ ସାଙ୍ଗକୁ ଉତ୍ତମ ମଧ୍ୟମ ଦେଇଛନ୍ତି। ଏନେଇ ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ବୁଧବାର ରାତିରେ ପଟିଆ ଅଞ୍ଚଳର ଜଣେ ଯୁବତୀକୁ ସେହି ଅଞ୍ଚଳରେ ଏକ ପାର୍ଲରରେ କାମ କରୁଥିବା ଯୁବକ ଅପହରଣ କରି ନେଇଥିଲେ । ଉଭୟ ସାବାଳକ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ରହିଥୁଲା I ପରିବାର ଲୋକ ଝିଅକୁ ଚାରିଆଡ଼େ ଖୋଜାଖୋଜି କରି ପାଇନଥିଲେ।

Also Read :- ହଠାତ ଭୁଶୁଡି ପଡି଼ଲା ୪ ମହଲା କୋଠା, ଫସି ରହିଛନ୍ତି ୧୦ରୁ ଅଧିକ ବ୍ୟକ୍ତି

ତେବେ କୌଣସି ପ୍ରକାରରେ ସୂଚନା ପାଇଥିଲେ ଯେ ଘର ପାଖରେ ଥିବା ପାର୍ଲରରେ କାମ କରୁଥିବା ଯୁବକ ଜଣଙ୍କ ଝିଅକୁ ଅପହରଣ ଅପହରଣ କରି ନେଇଛି। ପରିବାର ଲୋକ ଉକ୍ତ ପାର୍ଲରରେ ପଚରାଉଚରା କରିଥିଲେ। ପାର୍ଲର ମାଲିକାଣୀ ଏବିଷୟରେ କିଛି ଜାଣି ନଥିବା କହିଥିଲେ । ଅପହରଣ କରିଥିବା ଯୁବକଙ୍କ ସାଙ୍ଗକୁ ପଚରାଉଚରା କରିବାରୁ ତାଙ୍କ କଥାରେ କିଛି ତାଳମେଳ ନ ରହିବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ବଢ଼ି ଯାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ କଥା ଥାନାକୁ ଆସିଥିଲା। ଥାନା ସାମ୍ନାରେ ଝିଅ ଘର ଲୋକ ଯୁବକଙ୍କ ସାଙ୍ଗକୁ ମାଡ଼ ମାରିଥିଲେ। ଏହାକୁ ନେଇ ଝଗଡା ହୋଇଥିଲା। ପୁଲିସ ଉଭୟ ପକ୍ଷର ଏତଲା ରଖି ତଦନ୍ତ କରୁଛି ।