ଭୁବନେଶ୍ୱର, ୩୧। ୦୭ : ଭୁଶୁଡିଲା ଚାରି ମହାଲା କୋଠା । ମୁମ୍ବାଇ ନିକଟବର୍ତ୍ତୀ ଭିଓ୍ୱାଣ୍ଡିରେ ଥିବା ଏକ ଚାରି ମହଲା କୋଠା ଭୁଶୁଡି ପଡିଛି । ଯାହାକୁ ନେଇ ଆଖପାଖ ଅଞ୍ଚଳରେ ଭୟ ଖେଳିଯାଇଛି । କୋଠାର ଭଗ୍ନାବଶେଷ ତଳେ ଅନେକ ବ୍ୟକ୍ତି ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଅଘଟଣରେ ପ୍ରାୟ ୮ରୁ ୧୦ ଜଣ କୋଠାର ଭଗ୍ନାବଶେଷ ତଳେ ଫସି ରହିଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ, ଏନଡିଆରଏଫ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଛନ୍ତି । ଆଧୁନିକ ଉପକରଣ ସାହାଯ୍ୟରେ ଭଗ୍ନାବଶେଷ ହଟାଇବାକୁ ଜୋର୍ ଦିଆଯାଇଛି । କିପରି ଫସି ରହିଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ,ସେନେଇ ଉଦ୍ଧାରକାରୀ ଟିମ୍ ଫୋକସ କରୁଛନ୍ତି ।

Also Read :- ରବିବାରଠୁ ବଢିବ ବର୍ଷା : ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ଛେଚିବ !

ଅଘଟଣ ପରେ ସ୍ଥାନୀୟ ଲୋକେ କହିଛନ୍ତି ଯେ, ଗତ କିଛି ଦିନ ଧରି ଏହି ପୁରୁଣା କୋଠାର ମରାମତି କାମ ଚାଲୁଥିଲା । ଠିକାଦାର ଏବଂ ଶ୍ରମିକମାନେ ମରାମତି ବେଳେ ଏହାର କାନ୍ଥରେ ଫାଟ ସୃଷ୍ଟି ହେବା ସହ ପିଲର ମଧ୍ୟ ଭାଙ୍ଗି ଯାଇଥିଲା । ଯାହାପରେ କୋଠାଟି ଦୁର୍ବଳ ହୋଇ ପଡିଥିଲା । ତେଣୁ ଭାରସାମ୍ୟ ହରାଇ ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, କୋଠାଟି ଭୁଶୁଡିବାର କିଛି ମିନିଟ୍ ଆଗରୁ ଶବ୍ଦ ଶୁଭିଥିଲା । କୌଣସି ବିପଦ ଆଶଙ୍କାରେ ଏଠାରେ ରହୁଥିବା ଅନେକ ଲୋକ ବାହାରକୁ ଚାଲି ଆସିଥିଲେ । ତେଣୁ ଏକ ବଡ ଧରଣର ଅଘଟଣକୁ ଏଡାଇ ଦିଆଯାଇଛି । କିନ୍ତୁ ପ୍ରଥମ ମହଲାରେ କେତେକ ବ୍ୟକ୍ତି କାମ କରୁଥିଲେ । ସେମାନେ ଫସି ରହିଥିବା ଉଦ୍ଧାରକାରୀ ଟିମ୍ ଆଶଙ୍କା କରୁଛନ୍ତି ।