ପୁରୀ: ପୁରୀ ବେଳାଭୂମିରେ ବଡ଼ ଅଘଟଣ । ଲାଇଟ୍ ହାଉସ୍ ନିକଟ ସମୁଦ୍ରରେ ବୁଡ଼ି ଜଣେ ମୃତ। ସେହିଭଳି ଜଣେ ଗୁରୁତର ମଧ୍ୟ ହୋଇଥିବା ଜଣାପଡ଼ିଛି। ମୃତକ ହେଉଛନ୍ତି ଉତ୍ତର ପ୍ରଦେଶ ରାଣୀପୁରର ସୁମିତ୍ ଗୁପ୍ତା। ଗୁରୁତର ବିହାରର ଅନୀଶ ସିଂହଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନରେ ଲାଇଟ୍ ହାଉସ୍ ସମୁଦ୍ର ନିକଟରେ ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ ୫ ଜଣ ପର୍ଯ୍ୟଟକ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଯାଇଥିଲା। ସେଠାରେ ସୁମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନୀଶ ଗୁରୁତର ଅବସ୍ଥାରେ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଛନ୍ତି।

Also Read: ଭୋଜି କରିବାକୁ ନଦୀପଠାକୁ ଯାଇଥିଲେ ଦଶମ ଶ୍ରେଣୀ ଛାତ୍ର, ଛକି ବସିଥିଲା ଯମ