ମୁମ୍ଵାଇ ୩୦।୦୩; କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ମାହିକା ଶର୍ମାଙ୍କୁ ପାୱାର କପଲ୍ ଭାବରେ କୁହାଯାଉଛି। ସେମାନଙ୍କ ସମ୍ପର୍କ ବର୍ତ୍ତମାନ ସୁଦୃଢ଼ ହେଉଛି ଏବଂ ମାହିକା ହାର୍ଦ୍ଦିକଙ୍କ ସବୁଠାରୁ ବଡ଼ ଚିୟରଲିଡର ଭାବରେ ଉଭା ହୋଇଛନ୍ତି। ସେ ପ୍ରାୟତଃ ପ୍ରତ୍ୟେକ ମ୍ୟାଚ୍ରେ ତାଙ୍କୁ ସମର୍ଥନ କରୁଥିବାର ଦେଖାଯାଆନ୍ତି। ଗତକାଲି ରାତିରେ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ କେକେଆର ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ, ମାହିକା ପୁଣି ଥରେ ତାଙ୍କ ସ୍ବିଟହାର୍ଟ ହାର୍ଦ୍ଦିକଙ୍କୁ ସପୋର୍ଟ କରିବାକୁ ପହଞ୍ଚିଥିଲେ। ମାହିକାଙ୍କ ବିଶେଷ ଆଚରଣ ହିଁ ପ୍ରକୃତରେ ପ୍ରଶଂସକଙ୍କ ହୃଦୟ ଜିତିଥିଲା।

ମାହିକା ହାର୍ଦ୍ଦିକଙ୍କ ପୁଅ ଅଗସ୍ତ୍ୟଙ୍କ ସହିତ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ। ହାର୍ଦ୍ଦିକ ପଡ଼ିଆରେ ଧୁରନ୍ଧର ଅନ୍ଦାଜରେ ଖେଳୁଥିବା ସମୟରେ, ମାହିକା ତାଙ୍କ ପୁଅର ଯତ୍ନ ନେବାରେ ବ୍ୟସ୍ତ ଥିଲେ। ମ୍ୟାଚ୍ ଶେଷ ହେବା ପରେ ମଧ୍ୟ, ମାହିକାଙ୍କୁ ଏକ ପରଫେକ୍ଟ ପାର୍ଟନର ହାର୍ଦ୍ଦିକଙ୍କ ପୁଅ ଅଗସ୍ତ୍ୟଙ୍କୁ ପ୍ରୋଟେକ୍ଟ ଦେବାର ଦେଖାଯାଇଥିଲା। ମ୍ୟାଚ୍ ପରେ ମାହିକା ହାର୍ଦ୍ଦିକଙ୍କ ପୁଅ ଅଗସ୍ତ୍ୟଙ୍କ ସହିତ ଷ୍ଟାଡିୟମରୁ ବାହାରକୁ ବାହାରିବା ସମୟରେ, ପାପାରାଜିମାନେ ତାଙ୍କୁ ତୁରନ୍ତ ଘେରି ଯାଇଥିଲେ। ଯେତେବେଳେ ସେମାନେ ସେମାନଙ୍କୁ କ୍ୟାମେରାରେ କଏଦ କରିବାକୁ ଚାହୁଁଥିଲେ। ତାଙ୍କ ପୁଅକୁ ଫ୍ଲାସ ଦେଖି ବିରକ୍ତ ହୋଇଯାଇଥିଲେ । ଏହି ସମୟରେ ମାହିକା ଅଗସ୍ତ୍ୟର ହାତ ଧରି କାରକୁ ନେଇଯାଇଥିଲେ। ଅଗସ୍ତ୍ୟଙ୍କ ପାଇଁ ମାହିକା ପାପାରାଜିମାନଙ୍କ ଅନୁରୋଧ କରିଥିଲେ ଯେ ପ୍ଲିଜ୍ କ୍ୟାମେରା ଓ ଫ୍ଲାସ ବନ୍ଦ କର ।

ମାହିକା ହାର୍ଦ୍ଦିକଙ୍କ ପୁଅର ଯତ୍ନ ନେଉଥିବା ଦେଖି ସମସ୍ତେ ପ୍ରଶଂସା କରିଥିଲେ । ଅଗସ୍ତ୍ୟଙ୍କ ପ୍ରତି ମାହିକାର ସୁରକ୍ଷା ସ୍ୱଭାବ ଗୋଟିଏ କଥା ସ୍ପଷ୍ଟ କରେ ତାଙ୍କର ପ୍ରେମ କେବଳ ହାର୍ଦ୍ଦିକଙ୍କ ପାଇଁ ସୀମିତ ନୁହେଁ, ବରଂ ତାଙ୍କ ପୁଅ ପ୍ରତି ମଧ୍ୟ ସମ୍ପୂର୍ଣ୍ଣ ହୃଦୟର ଜଡିତ। ପ୍ରଶଂସକମାନେ ଏବେ ମାହିକାଙ୍କୁ "ପରଫେକ୍ଟ ପାର୍ଟନର" ଭାବରେ ପ୍ରଶଂସା କରୁଛନ୍ତି। ଅନେକ କହିଛନ୍ତି ଯେ ସେ ହାର୍ଦ୍ଦିକଙ୍କ ପାଇଁ ମାହିକା ବେଷ୍ଟ ।

Also Read-ସ୍ଵାମୀ ମୁସଲିମ-ଜରିନ ଥିଲେ ପାର୍ସି ; ମୃତ୍ୟୁ ବେଳେ କାହିଁକି ପୁଅ ଜାୟଦ କରିଥିଲେ ହିନ୍ଦୁ ରୀତିନୀତିରେ ଅନ୍ତିମ ସଂସ୍କାର ?