ମୁମ୍ବାଇ: ମୁଁ ମରାଠୀ ଜାଣିଛି ଓ ବୁଝିପାରୁଛି, ମୋ ଅଟୋରେ ବସନ୍ତୁ । ମେ’ ପହିଲାରୁ ମରାଠୀ ଜାଣିନଥିବା ଅଟୋ ଚାଳକଙ୍କୁ ମୁମ୍ବାଇରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ମରାଠୀ ଜାଣିଥିବା ଓ ବୁଝୁଥିବା ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କୁ ଅସୁବିଧା ହେବନି । ଯଦିଓ ପୂର୍ବରୁ ଏଭଳି ନିୟମ ଥିଲା, କିନ୍ତୁ ମେ’ ୧ରୁ ଏହାକୁ କଡ଼ାକଡ଼ି ପାଳନ କରାଯିବ । ଏହା ପୂର୍ବରୁ ଏମଏନଏସ୍ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା ନିଜର କାମ ଆରମ୍ଭ କରିଦେଇଛି । ଅଟୋ ପଛରେ ଲଗାଉଛନ୍ତି ଷ୍ଟିକର । ଏଥିରେ ଲେଖାଅଛି- ମୁଁ ମରାଠୀ ଜାଣିଛି ଓ ବୁଝିପାରୁଛି, ମୋ ଅଟୋରେ ବସନ୍ତୁ ।

ରିକ୍ସା ବ୍ୟାଜ୍ ଏବଂ ପରମିଟ୍ ବ୍ୟାପକ ଭାବରେ ଜାରି ହେବା ଫଳରେ ମରାଠୀ ଜାଣିନଥିବା ଅନେକ ଡ୍ରାଇଭର ଅଟୋ ଚଳାଉଛନ୍ତି। ତେଣୁ ସେମାନେ ଆଉ ମେ’ ୧ରୁ ଅଟୋ-ଟ୍ୟାକ୍ସି ଚଲାଇ ପାରିବେ ନାହିଁ । ସରକାର ମେ ୧ ତାରିଖରୁ ଏହି ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଅଟୋରେ ଲାଗିଲା ଷ୍ଟିକର

ମୁମ୍ବାଇର ଗୋରେଗାଓଁ, ମାଲାଡ, ବୋରିଭାଲି ଏବଂ ଅନ୍ଧେରୀ ଅଞ୍ଚଳରେ, MNS କର୍ମୀମାନେ ମରାଠୀ ଭାଷାକୁ ବାଧ୍ୟତାମୂଳକ କରିବାର ନିଷ୍ପତ୍ତିକୁ ସ୍ୱାଗତ କରି ଅନେକ ଅଟୋରିକ୍ସାରେ ଷ୍ଟିକର ଲଗାଇଛନ୍ତି। ଏହା ବ୍ୟତୀତ, ମୁମ୍ବାଇ ଉପକଣ୍ଠ ମୁଲୁଣ୍ଡରେ, MNSର ପରିବହନ ୟୁନିଟ୍ ଅନେକ ଅଟୋରିକ୍ସାରେ ମରାଠୀ ଷ୍ଟିକର ଲଗାଇ ଡ୍ରାଇଭରମାନଙ୍କୁ ସୂଚନା ଦେଇଛି ଯେ, ଏହି ନିୟମ ୧ ମେ ରୁ କାର୍ଯ୍ୟକାରୀ ହେବ, ତେଣୁ ସେମାନେ ପ୍ରସ୍ତୁତ ରହିବା ଉଚିତ। ଅନେକ ଅଟୋ ଚାଳକ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ମୁମ୍ବାଇରେ ଦୀର୍ଘଦିନ ଧରି ଅଟୋ ଚାଳକମାନେ ସରକାରଙ୍କ ନିଷ୍ପତ୍ତିକୁ ସଠିକ୍ ବୋଲି କହିଛନ୍ତି। ଅନ୍ୟମାନେ ଏହାକୁ ହିନ୍ଦୀ ଭାଷାଭାଷୀ ରାଜ୍ୟରୁ ରୋଜଗାର ପାଇଁ ମୁମ୍ବାଇ ଆସିଥିବା ଲୋକଙ୍କ ପ୍ରତି ଅନ୍ୟାୟ ବୋଲି କହିଛନ୍ତି।

Also Read: ପରଲୋକରେ ଶିବରତନ ଅଗ୍ରଓ୍ବାଲ, ଛାଡ଼ି ଦେଇଗଲେ ହଜାରେ କୋଟିର ସାମ୍ରାଜ୍ୟ

କ’ଣ କହିଲା ଅଟୋ-ଟ୍ୟାକ୍ସି ୟୁନିୟନ୍ ?

ଅଟୋ-ଟ୍ୟାକ୍ସି ୟୁନିଅନର କହିବାର କଣ?ଅଟୋ-ଟ୍ୟାକ୍ସି ଡ୍ରାଇଭରମାନଙ୍କ ପାଇଁ ଦୀର୍ଘ ଦିନ ଧରି କାମ କରୁଥିବା ସଂଗଠନଗୁଡ଼ିକ କହିଛନ୍ତି ଯେ, ସରକାରଙ୍କ ଏହି ନିଷ୍ପତ୍ତି ଘରୋଇ କମ୍ପାନୀଗୁଡ଼ିକୁ ଲାଭ ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ। ୟୁନିଅନ ନେତା ଶଶାଙ୍କ ରାଓ କହିଛନ୍ତି ଯେ, ରାଜ୍ୟରେ ପୂର୍ବରୁ ମରାଠୀ ଭାଷା ପାଇଁ ନିୟମ ଅଛି, ତଥାପି ପରମିଟ୍ ପ୍ରଦାନ କରାଯାଇଥିଲା। ଏବେ ହଠାତ୍ ଏହି କଟକଣା କାହିଁକି ? ସେ ସିଧାସଳଖ ପରିବହନ ମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ, ଏହି ପଦକ୍ଷେପ ଅଟୋ-ଟ୍ୟାକ୍ସି ଡ୍ରାଇଭରଙ୍କ ନିଯୁକ୍ତିକୁ ବିପଦରେ ପକାଇପାରେ ଏବଂ ଏହା ମାଧ୍ୟମରେ ଘରୋଇ କମ୍ପାନୀଗୁଡ଼ିକୁ ଲାଭ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି।