ଭୁବନେଶ୍ୱର ୨୫।୦୪ : ମୁଖ୍ୟମନ୍ତ୍ରୀଙ୍କୁ ବିଜେଡି ସାଂସଦଙ୍କ ଅନୁରୋଧ । ଖୁବଶୀଘ୍ର ଆକ୍ସନ ନିଅନ୍ତୁ, ଏହି ବିବାଦୀୟ ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ । ନହେଲେ ବୁଡ଼ିଯିବ 'ମହାନଦୀ' ଆଶା । ମହାନଦୀ ଜଳ ବିବାଦ ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଚରଣ ମାଝୀଙ୍କୁ ନିବେଦନ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି ଯେ, ମହାନଦୀ ଟ୍ରିବ୍ୟୁନାଲରେ ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ମେ ୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ତାପୂର୍ବରୁ ରାଜ୍ୟ ଜଳସଂପଦ ବିଭାଗ ଏବଂ ଆଇନ ବିଭାଗ ସହ ମୁଖ୍ୟମନ୍ତ୍ରୀ ବୈଠକ ଡାକନ୍ତୁ । ଟ୍ରବ୍ୟୁନାଲରେ ଓଡ଼ିଶା ସରକାର ଏମିତି ତଥ୍ୟ ରଖନ୍ତୁ । ଯେମିତି ଟ୍ରବ୍ୟୁନାଲର ନିଷ୍ପତ୍ତି ଓଡ଼ିଶା ସପକ୍ଷରେ ଯିବ ।

Also Read:-ସୂର୍ଯ୍ୟମନ୍ଦିରରୁ ବାହାରିଲା ବିଷାକ୍ତ ସାପ, ପାର୍କରେ ବୁଲୁଥିବା ମହିଳାଙ୍କୁ ଦଂଶିଲା…

ସେହିପରି ପୂର୍ବ ଶୁଣାଣିରେ ଟ୍ରିବୁନାଲ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯେଉଁପ୍ରକାରେ କାର୍ଯ୍ୟଧାରାରେ ମନ୍ଥରତା ଓ ପରିଚାଳନା ହେଉଛି । ଏଭଳି ମାମଲାର ପରିଚାଳନା ଶୈଳୀକୁ ନେଇ ଟ୍ରିବ୍ୟୁନାଲ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯେଉଁ ନିର୍ଦ୍ଧିଷ୍ଟ ତାରିଖ ଥିଲା ବୈଠକର ବିବରଣୀ ଚୂଡ଼ାନ୍ତ କରିବା ପାଇଁ ସେହି ତାରିଖରେ ନହୋଇ ପ୍ରତିଶ୍ରୁତି ରକ୍ଷା କରାଯାଇନାହିଁ । ବିବାଦୀୟ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରସ୍ତାବ ଏପର୍ଯ୍ୟନ୍ତ ରେକର୍ଡରେ ରଖାଯାଇନାହିଁ । 

ଏହି ବିବାଦ ଓଡ଼ିଶାର ଅନେକ ଜିଲ୍ଲାର ଭାଗ୍ୟ ନିର୍ଭର କରୁଛି । ସେଠାରେ ହେଉଥିବା ଚାଷ କାର୍ଯ୍ୟ, ପାନୀୟ ଜଳ ଏବଂ ପରିବେଶ ସୁରକ୍ଷା ସହିତ ଜଡ଼ିତ । ଛତିଶଗଡ଼ ସରକାରଙ୍କ ସହ ଉଚ୍ଚସ୍ତରୀୟ ରାଜନୈତିକ ବା ପ୍ରାଶାସନିକ ଆଲୋଚନା କରିରେ ସହମତି ପାଇଁ ଚେଷ୍ଟା କରନ୍ତୁ । ମେ’ ୨ ସୁଦ୍ଧା ମହାନଦୀ ଜଳ ବିବାଦକୁ ନେଇ ସମସ୍ତ ତଥ୍ୟ ଦେବାକୁ ପଡ଼ିବ । ନଚେତ୍ ଏହାର ଅସ୍ତିତ୍ୱ ରହିବ ନାହିଁ ।