କୋଣାର୍କ ୨୫।୦୪ : କୋଣାର୍କ ସୂର୍ଯ୍ୟମନ୍ଦିରରେ ଅଘଟଣ । ମନ୍ଦିର ପରିସରରେ ବୁଲୁଥିବା ବେଳେ ସାପ ମାରିଲା ଚୋଟ । ଯାହାପରେ ମହିଳା ଜଣଙ୍କ ଅଚେତ ହୋଇ ପଡ଼ିଯାଇଥିଲେ । ଏହାପରେ ତୁରନ୍ତ ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଖବର ଅନୁଯାୟୀ, ପାରାଦୀପ ମଧୁବନରୁ ରିଙ୍କି ସେନାପତି ପରିବାର ଶହ କୋଣାର୍କ ବୁଲିବାକୁ ଆସିଥିଲେ । ପ୍ରଥମେ କୋଣାର୍କ ଗ୍ରହଣ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସୂର୍ଯ୍ୟ ମନ୍ଦିର ବୁଲିବାକୁ ପରିବାର ସହ ଯାଇଥିଲେ । ମନ୍ଦିର ପରିସରରେ ଥିବା ପାର୍କରେ ପରିବାର ସହ ବୁଲୁଥିଲେ । ଏହି ସମୟରେ ପାର୍କରେ ଏକ ସାପ ବୁଲୁଥିବାର ଦେଖିଥିଲେ ପର୍ଯ୍ୟଟକ । ଯାହାପରେ ପାଟି କରି ଏତେତେଣେ ଦୌଡ଼ିବାକୁ ଲାଗିଥିଲେ । ଏହାରି ଭିତରେ ରିଙ୍କି ତଳେ ପଡ଼ିଯାଇଥିଲେ । ପାର୍କରେ ବୁଲୁଥିବା ବିଷାକ୍ତ ସାପ ଉପରେ ରିଙ୍କିଙ୍କ ହାତ ପଡ଼ିଯାଇଥିଲା । ଯାହାଫଳରେ ସାପଟି ରିଙ୍କିଙ୍କୁ ଚୋଟ ମାରିଥିଲେ । ଏଥିରେ ମହିଳା ପର୍ଯ୍ୟଟକ ଜଣଙ୍କ ଗୁରୁତର ହୋଇ ଗୋପ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ରକ୍ତ ପରୀକ୍ଷା ସହି ଚିକିତ୍ସା କରାଯାଇଛି ।

Also Read:-Gold and silver price: ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ସୁନା ଏବଂ ରୂପା ଦର, ଜାଣନ୍ତୁ କେଉଁ ସହରରେ କେତେ ରହିଛି ଦାମ୍

ତେବେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । କେତେବେଳେ ମନ୍ଦିର ପରିସରରେ ମହୁ ମାଛି ମାରୁଛି ତ ଆଉ କେତେବେଳେ ସାପ କାମୁଡ଼ିଲାଣି । ଯାହାକୁ ନେଇ ପର୍ଯ୍ୟଟକଙ୍କ ମାହୋଲରେ ଭୟର ବାତାବରଣ ଖେଳିଯାଇଛି ।