ପୁରୀ: ପୁରୀ ବଡ଼ଦାଣ୍ଡରେ ଟଳିଯାଇଛି ଏକ ବଡ଼ ଅଘଟଣ। ବଡ଼ଦାଣ୍ଡରେ ଓଲଟି ପଡ଼ିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ଅଟୋ। ରାସ୍ତା ଉପରେ ଗଡ଼ିଲା ୩୩ ସିଲିଣ୍ଡର। ପୁରୀ ବଡ଼ଦାଣ୍ଡ ବଳଗଣ୍ଡି ଛକ ଉପରେ ଘଟିଛି ଏଭଳି ଭୟାନକ ଦୃଶ୍ୟ।

ସୂଚନାନୁସାରେ, ବଡ଼ଦାଣ୍ଡରେ ଏକ ଡିଜେଆର ଗାଡ଼ି ଧକ୍କା ଦେବାରୁ ଗ୍ୟାସ୍ ବୋଝେଇ ଅଟୋଟି ଓଲଟି ପଡିଥିଲା। ଅଟୋରେ ଥିବା ସମସ୍ତ ୩୩ ଟି ଗ୍ୟାସ ସିଲିଣ୍ଡର ରାସ୍ତା ମଝିରେ ପଡ଼ିଥିଲା। ରାସ୍ତା ଉପରେ ଏତେ ଗୁଡିଏ ସିଲିଣ୍ଡର ପଡିବା ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ। ବଡ଼ଦାଣ୍ଡରେ ଉପସ୍ଥିତ ଭକ୍ତଙ୍କ ବିଶ୍ୱାସ ଯେ, ମହାପ୍ରଭୁ ଏତେ ବଡ଼ ବିପତ୍ତିରୁ ସମସ୍ତଙ୍କୁ ରକ୍ଷା କରିଛନ୍ତି। ତେବେ ଖବରପାଇ ଟ୍ରାଫିକ ପୋଲିସ ଓ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Also Read - ରାଜ୍ୟସଭା କ୍ରସ ଭୋଟିଂ ମାମଲା: ୫ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଏଜିଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଲେ ପ୍ରମିଳା ମଲ୍ଲିକ