ବ୍ରହ୍ମପୁର ୨୯।୧୦: ଆନ୍ଧ୍ରରେ ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ତାଣ୍ଡବ ରଚିଥିବା ବେଳେ ଓଡ଼ିଶାରେ ଆଣିଛି ‘ବର୍ଷା’ ବିତ୍ପାତ । ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଦେଖା ଦେଇଛି ବିପର୍ଯ୍ୟୟ । ପ୍ରବଳ ବର୍ଷା ଫଳରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ନଦୀ ନାଳ ଗୁଡ଼ିକ ଫୁଲି ଉଠିଛି । ଗଞ୍ଜାମରେ ଋଷିକୂଲ୍ୟା, ବହୁଦା, ବଦନଦୀ, ବାଘୁଆ, ଧନେଇ, ନନ୍ଦିନୀ ଭଳି ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଗାଁ ଗାଁରେ ପାଣି ପଶିଛି l ଶେରଗଡ଼ ବଡ଼ଦାଣ୍ଡରେ ଲହଡି ଭାଙ୍ଗୁଛି ପାଣି l ପୁରୁଷୋତ୍ତମପୁର ଅଞ୍ଚଳ ବିଭିନ୍ନ ଗାଁ ରେ ଜଳବନ୍ଦୀ ସ୍ଥିତି l ଚିକିଟି ବ୍ଲକ୍ କଳବାଡ ପଞ୍ଚାୟତର ନୂଆ ମୈଶାନପୁର ଗାଁ ପାଣି ଘେରରେ ରହିଛି । ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି l

ଓଡ଼ିଶା-ଆନ୍ଧ୍ର ପ୍ରଦେଶ ଜାତୀୟ ରାଜପଥ ୧୬ ରାସ୍ତା ଉପରେ ୫ ଫୁଟର ପାଣି ପ୍ରବାହିତ l ଫଳରେ ଯାତାୟାତ ଠପ୍ ହୋଇଯାଇଛି l ଫସିଥିଲା ଦୁଇଟି ଟ୍ରକ୍ । ୧୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବିଭାଗ l

ଲଗାଣ ବର୍ଷା ଯୋଗୁଁ ବହୁଦା ନଦୀରେ ଜଳସ୍ତର ବୃଦ୍ଧି l ବନ୍ୟା ପାଣି ଏବେ ଜାତୀୟ ରାଜପଥ ୧୬ ଉପରେ ପ୍ରବାହିତ ହେଉଛି l ବ୍ରହ୍ମପୁର-ବିଶାଖାପାଟଣାକୁ ଯାନବାହନ ଚଳାଚଳ ବନ୍ଦ ରହିଛି l ଜାତୀୟ ରାଜପଥର ଦୁଇ ପଟୁ ଶହ ଶହ ଟ୍ରକ୍ ବସ୍ ଏବେ ଅଟକି ରହିଛି l ଆନ୍ଧ୍ର ପ୍ରଦେଶ ଲୁଦାପୁଟି ନିକଟରେ ଏଭଳି ଚିତ୍ର ଦେଖିବାକୁ ମିଳିଛି l