ଭଦ୍ରକ ୧୦।୧୧ : ରାଜରାଜେଶ୍ୱରୀ ବେଶରେ ମା’ ଭଦ୍ରକାଳୀ। ସପ୍ତମାତୃକା ବେଶର ତୃତୀୟ ଦିନରେ ମା’ଙ୍କ ଦିବ୍ୟ ରୂପ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ଏବେ ଭକ୍ତିମୟ ପରିବେଶ। ସପ୍ତମାତୃକା ବେଶର ତୃତୀୟ ଦିନରେ ମା’ ଭଦ୍ରକାଳୀ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହି ବେଶରେ ମା’ ହାତୀ ଓ ବାଘ ଉପରେ ବିରାଜମାନ କରିଛନ୍ତି। ମା’ଙ୍କ ଏହି ଅପୂର୍ବ ରୂପ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।

ଧାର୍ମିକ ବିଶ୍ୱାସ ଅନୁସାରେ, ରାଜରାଜେଶ୍ୱରୀ ବେଶରେ ମା’ଙ୍କ ଦର୍ଶନ କଲେ ଆର୍ଥିକ ସଙ୍କଟ ଦୂର ହେବା ସହ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ପ୍ରାପ୍ତି ହୋଇଥାଏ। ଏହି ବିଶ୍ୱାସକୁ ନେଇ ଦୂରଦୂରାନ୍ତରୁ ଭକ୍ତମାନେ ମା’ଙ୍କ ଦର୍ଶନ ପାଇଁ ଧାଇଁ ଆସୁଛନ୍ତି। ଅନ୍ୟପଟେ ସପ୍ତମାତୃକା ବେଶ ଅବସରରେ ମା’ ଭଦ୍ରକାଳୀଙ୍କ ପୀଠରେ ଆୟୋଜିତ ହୋଇଛି ବିଶ୍ୱଶାନ୍ତି ମହାଯଜ୍ଞ। ଯଜ୍ଞ ଓ ପୂଜାର୍ଚ୍ଚନାରେ ପ୍ରକମ୍ପିତ ହେଉଛି ପୀଠ। ମା’ଙ୍କ ଦିବ୍ୟ ଦର୍ଶନ ସାଙ୍ଗକୁ ମହାଯଜ୍ଞରେ ସାମିଲ ହୋଇ ଭକ୍ତମାନେ ନିଜ ପରିବାରର ସୁଖ, ଶାନ୍ତି ଓ ମଙ୍ଗଳ କାମନା କରୁଛନ୍ତି।

Also Read:-ଭତ୍ତା ଅପେକ୍ଷାର ଅନ୍ତ, ୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ପେନସନ୍