ପୁରୀ ୦୯।୦୯ : ଆଜି ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନସିଂହାସନରେ ଏହି ବେଶ ହେବ।

ତେବେ ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣ ରୂପରେ, ବଡଠାକୁର ବଳରାମ ଓ ଦେବୀ ସୁଭଦ୍ରା ଭଗିନୀ ରୂପରେ ଶୋଭା ପାଇଥାନ୍ତି। ଶ୍ରୀଜଗନ୍ନାଥ ଦକ୍ଷିଣ ଭୁଜରେ ବଂଶୀ ଓ ବାମ ଭୁଜରେ ପଦ୍ମ, ବଡଠାକୁର ଡାହାଣ ଭୁଜରେ ସିଙ୍ଗା ଏବଂ ବାମ ଭୁଜରେ ପଦ୍ମ ଧାରଣ କରିଥାନ୍ତି। ଶ୍ରୀଜଗନ୍ନାଥ ଓ ବଳରାମ ପଦକୁ ଛନ୍ଦି ଦଣ୍ଡାୟମାନ ଭଙ୍ଗୀରେ ରହିଥାନ୍ତି। ଦେବୀ ସୁଭଦ୍ରା ଏକ ଛୋଟ ଖଟୁଳି ଉପରେ ପଦ୍ମାସନରେ ଉପବେଶନ କଲାଭଳି ରହିଥାନ୍ତି। ବର୍ଷକ ମଧ୍ୟରେ କେବଳ ଏହି ଦିନ ଦେବୀ ସୁଭଦ୍ରା ଚତୁର୍ଭୁଜା ରୂପ ଧାରଣ କରନ୍ତି। ଏହି ବେଶରେ ଗୋପୀ ଗୋପାଳଙ୍କ ସହିତ କୃଷ୍ଣ ବଳରାମ ବୃନ୍ଦାବନରେ ଲୀଳା କରୁଥିଲା ଭଳି ପ୍ରତୀୟମାନ ହୁଏ।

Also Read:-ଜଙ୍ଗଲରେ ଚାଲିଥିଲା ମଦ ପ୍ରସ୍ତୁତି, ଅବକାରୀ ବିଭାଗର ଚଢାଉରେ ବଡ଼ ରାକେଟ୍‌ର ହେଲା ପର୍ଦ୍ଦାଫାଶ୍

ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ବେଶ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରୁଖୁରୁରେ କିପରି ମହାପ୍ରଭୁଙ୍କ ଏହି ଦିବ୍ୟ ବେଶ । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ମନ୍ଦିର ସେବାୟତମାନେ ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି ।