ଦିଗପହଣ୍ଡି ୦୯।୦୯ : ଦିଗପହଣ୍ଡିରେ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢାଉ। ୩୪ ହଜାର ଲିଟର ପୋଚ ଓ ୧୫ଶହ ଲିଟର ଚୋରା ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି ।

ଖବର ଅନୁଯାୟୀ, ଜରଡା ଥାନା ଅନ୍ତର୍ଗତ ଡାହାବାଡ଼, ଗୁଜଲିଙ୍ଗ ଅଞ୍ଚଳର ପାହାଡିଆ ଜଙ୍ଗଲ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳରେ ଅବକାରି ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ଚୋରା ମଦ ନଷ୍ଟ କରିଛି । ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ । ଚଢ଼ାଉରେ ଚିକିଟି ଅବକାରୀ ବିଭାଗ, ବ୍ରହ୍ମପୁର DSF ମୋବାଇଲ୍ ବିଭାଗ, ଦିଗପହଣ୍ଡି ଅବକାରୀ ବିଭାଗର କର୍ମଚାରୀମାନଙ୍କ ସହ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ, ଜରଡା ଥାନା ପୋଲିସ୍ କର୍ମଚାରୀ ସାମିଲ ଥିଲେ।

Also Read:-ମଧ୍ୟପ୍ରାଚ୍ୟରୁ ଓଡ଼ିଶାକୁ ଛୁଟିବ ନିବେଶ ସୁଅ, ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସେପଟେ ଏହି ଅଞ୍ଚଳରେ ଚୋରା ମଦ କାରବାର ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଏବଂ ଅବକାରୀ ବିଭାଗ ପକ୍ଷରୁ ଲଗାତର ଭାବେ ଚଢାଉ କରାଯାଉଛି । ଚୋରା ମଦ ବେପାରକୁ କିପରି ଲଗାମ ଲଗାଯିବ । ତାଉପରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରୁଛି ଜିଲ୍ଲା ପ୍ରଶାସନ ।