ଉମରକୋଟ ୧୫।୦୯ : ହୋମ ନିଆଁରେ ଦୃଶ୍ୟମାନ ହେଲା ପ୍ରଭୁ ଗଣେଶଙ୍କ ଆକୃତି । ସାରାରାଜ୍ୟରେ ଗଣେଶ ଚତୁର୍ଥୀ ପାଇଁ ଆଧ୍ୟାତ୍ମିକ ପରିବେଶ ଛାଇ ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁରୁ ଆସିଛି ଏକ ଚର୍ଚ୍ଚିତ ଖବର। ଝରିଗାଁ ସ୍ଥିତ ଏକ ସ୍କୁଲରେ ଗଣେଶ ପୂଜା ଅବସରରେ ଅନୁଷ୍ଠିତ ହୋଇଥିବା ଯଜ୍ଞ ନିଆଁରେ ଶ୍ରୀଗଣେଶଙ୍କ ସଦୃଶ ଆକୃତି ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଖବର ଅନୁଯାୟୀ, ଅନୁଯାୟୀ, ଝରିଗାଁର ଏକ ସ୍କୁଲରେ ଗଣେଷ ପୂଜା ଓ ହୋମ ଯଜ୍ଞ ଖୁବ୍ ଆଡ଼ମ୍ବରର ସହ ଚାଲିଥିଲା। ପୁରୋହିତ ପୂଜା କାର୍ଯ୍ୟ ବେଶ ସୁରୁଖୁରୁରେ ପରିଚାଳନା କରୁଥିଲେ । ଠିକ ଏହି ସମୟରେ ସେଠାରେ ଉପସ୍ଥିତ କିଛି ଅଭିଭାବକ ନିଜ ମୋବାଇଲ୍ରେ ଫୋଟୋ ଉଠାଉଥିଲେ। ଫଟୋଗୁଡ଼ିକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହୋମର ଜଳନ୍ତା ନିଆଁରେ ପ୍ରଭୁ ଗଜାନନଙ୍କ କାନ ଓ ଶୁଣ୍ଢ ସଦୃଶ ଏକ ପ୍ରତିଛବି ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିଲା। ଏହି ପ୍ରତିଛବି ସାମ୍ନାକୁ ଆସିବା ପରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଏକ ଅପୂର୍ବ ଆଧ୍ୟାତ୍ମିକ ଶିହରଣ ଖେଳିଯାଇଥିଲା। ଘଟଣା ପରେ ଏହି ମୋବାଇଲ୍ ଫଟୋଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସ୍ଥାନୀୟ ଲୋକେ ଏହାକୁ ପ୍ରଭୁ ଗଣେଶଙ୍କ ଦିବ୍ୟ ଆଶୀର୍ବାଦ ଓ ଆଧ୍ୟାତ୍ମିକ ଅନୁଭୂତି ଭାବେ ଗ୍ରହଣ କରୁଥିବା ବେଳେ, ଏବେ ସାରା ଝରିଗାଁ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଲାଗିରହିଛି।

Also Read:-ମୋଦି ଥିଲେ ସବୁ ସମ୍ଭବ...ବିଶ୍ୱରେ ବଢିଛି କୋରାପୁଟ କଫିର ଚାହିଦା, ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ