ନୂଆଦିଲ୍ଲୀ,୧୫/୦୯ : ଋଷ ଏବଂ ୟୁକ୍ରେନ ମଧ୍ୟରେ ବର୍ଷ ବର୍ଷ ଧରି ଯୁଦ୍ଧ ଜାରି ରହିଛି । ପରସ୍ପର ଉପରେ ଡ୍ରୋନ୍ ଏବଂ ମିସାଇଲ୍ ମାଡ଼ କରୁଛନ୍ତି । ଅନେକ ଜୀବନ ଯାଉଛି । ସୈନ୍ୟ ପ୍ରତିଷ୍ଠାନ ସମେତ ବିଭିନ୍ନ ଶକ୍ତିକେନ୍ଦ୍ରକୁ ଟାର୍ଗେଟ୍ କରାଯାଉଛି । ନିକଟରେ ୟୁକ୍ରେନ ଋଷର କିଛି ବଡ ଶକ୍ତିକେନ୍ଦ୍ରକୁ ଟାର୍ଗେଟ୍ କରିଥିଲା । ତେବେ ଏବେ ଏପରି ସ୍ଥାନକୁ ଟାର୍ଗେଟ୍ ନକରିବାକୁ ୟୁକ୍ରେନ୍ କହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶ ପରେ ୟୁକ୍ରେନ୍ ଡ୍ରୋନ୍ ମାଡ଼ ରୋକିବାକୁ ନିଷ୍ପତ୍ତି ନେଇଛି ।

ରବିବାର ଟ୍ରମ୍ପ୍ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଋଷିଆର ତୈଳ ଭଣ୍ଡାର ଉପରେ ଆଟାକ୍ ନକରିବାକୁ କହିଥିଲେ । ଏହି ଆକ୍ରମଣ ଦ୍ୱାରା ସାରା ବିଶ୍ୱରେ ପ୍ରଭାବ ପଡୁଛି । ତୈଳ କାରବାର ବାଧାପ୍ରାପ୍ତ ହେଉଛି । ୟୁଏସଏରେ ଡିଜେଲ୍ ଦର ବଢିବାରେ ଲାଗିଛି ।

Also Read :- ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ, ଗାଁଠୁ ସହର ସବୁଠି ଉତ୍ସବର ମାହୋଲ

ୟୁକ୍ରେନ ଅନେକ ଦିନ ଧରି ଋଷିଆର ତୈଳ ରିଫାଇନାରୀ ଏବଂ ଅନ୍ୟ ତୈଳ ଭଣ୍ଡାର ଉପରେ ଆକ୍ରମଣ କରି ଆସୁଛି । ଫଳରେ ମସ୍କୋ ବିଭିନ୍ନ ଦେଶକୁ ଡିଜେଲ ରପ୍ତାନୀ କରିବା ଉପରେ ପ୍ରତିବନ୍ଧକ ଲଗାଇଛି । ଏମିତି ବି ଷ୍ଟ୍ରେଟ୍ ଅଫ୍ ହର୍ମୋଜ ପାଇଁ ତୈଳ କାରବାର ପ୍ରଭାବିତ ହେଉଛି । ଏପରି ସ୍ଥିତିରେ ଋଷ ଉପରେ ଆକ୍ରମଣ ଅଧିକ ସଙ୍କଟ ଆଣିଦେଇଛି ।

ନଭେମ୍ବରରେ ଆମେରିକାରେ ମିଡ୍ ଟର୍ମ୍ ନିର୍ବାଚନ ହୋଇପାରେ । ଏଥିରେ ଦରଦାମ ବୃଦ୍ଧି ଏକ ବଡ଼ ପ୍ରସଙ୍ଗ ହୋଇପାରେ । ତେଣୁ ଟ୍ରମ୍ପ୍ ଦରଦାମ୍ କମାଇବାକୁ ଚାହୁଁଛନ୍ତି । ଏକ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କୁ ଜେଲେନସ୍କି ଏବଂ ପୁଟିନଙ୍କ ବାବଦରେ ପ୍ରଶ୍ନ କରାଯାଇଥିଲା । ଏଥିରେ ସେ ଜେଲେନସ୍କିଙ୍କ ସହ ତୈଳଭଣ୍ଡାର ଉପରେ ଆକ୍ରମଣ ନକରିବା ପାଇଁ କଥା ହୋଇଥିବା ପ୍ରକାଶ କରିଛନ୍ତି ।

ଟ୍ରମ୍ପ୍ କହିଛନ୍ତି ଯେ, ଜେଲେନସ୍କିଙ୍କୁ ଗୋଟିଏ କାମ କରିବାକୁ ହେବ । ସେ ଋଷିଆର ତୈଳ ଉତ୍ସ ଉପରେ ଆକ୍ରମଣ କରିବା ବନ୍ଦ କରନ୍ତୁ । ଏହା ବାଦ ବି ଅନ୍ୟ ଟାର୍ଗେଟ୍ ରହିଛି । ସେଠାରେ ୟୁକ୍ରେନ ଆକ୍ରମଣ କରିପାରିବ । ତୈଳ ଭଣ୍ଡାରରେ ଆକ୍ରମଣ କରିବା ଅର୍ଥ ସାରା ବିଶ୍ୱକୁ ଟାର୍ଗେଟ୍ କରିବା ସହ ସମାନ ବୋଲି ଟ୍ରମ୍ପ୍ କହିଛନ୍ତି ।