ଭୁବନେଶ୍ୱର ୧୫।୦୯ : କୋରାପୁଟ କଫିର ଚାହିଦା ବଢିବ । ସାରା ବିଶ୍ୱରେ କୋରାପୁଟ କଫିର ଚାହିଦ ବଢିଛି । ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫିର ବ୍ରାଣ୍ଡିଂ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ । ଓଡ଼ିଶାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦୀ ଥିଲେ ସବୁ ସମ୍ଭବ । କୋରାପୁଟ କଫିର ପ୍ରଚାର ପ୍ରସାର ପାଇଁ ଆମେ କୃତଜ୍ଞତାର ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବୁ। ମନ କି ବାତରେ କୋରାପୁଟ କଫି କଥା କହିଥିଲେ। ଦେଶରେ କୋରାପୁଟ କଫିର ଚାହିଦା ବଢିଥିଲା। ଆଜି ବିଶ୍ବର ନେତାଙ୍କ ପାଖରେ କୋରାପୁଟ କଫିକୁ ପହଞ୍ଚାଇଲେ। ମୋଦୀ ଥିଲେ ସବୁ ସମ୍ଭବ। ବିଶ୍ବରେ କୋରାପୁଟ କଫି ପରିଚୟ ପାଇଲା। ଓଡ଼ିଶାର ଜୀବିକା ସହ ପର୍ଯ୍ୟଟନ ବି ବଢିବ। ପର୍ଯ୍ୟଟନ ମନ୍ତ୍ରୀ ଭାବେ ମୋଦିଙ୍କୁ ଧନ୍ୟବାଦ। ମୋଦୀ କହିଥିଲେ ବିକାଶ ବି ବିରାସତ ଓଡ଼ିଶାରେ ଅଛି। ତେଣୁ କୃତଜ୍ଞତାର ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ।