ଭୁବନେଶ୍ୱର ୨୬।୦୩ : ଥମୁନି ଏସ୍‌ସିବି ମେଡିକାଲ ପୋଡ଼ି ତାତି । ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟ କରିଛି ଏସ୍‌ସିବି ପୋଡ଼ି ଘଟଣା । ବିଧାନସଭା ଉଠୁଛି ପଡ଼ୁଛି । ପ୍ରତିଦିନ ହୋହାଲ୍ଲା ଏବଂ ବିକ୍ଷୋଭ ପ୍ରଦର୍ଶନରେ ଧୋଇଯାଉଛି ପ୍ରଶ୍ନକାଳ ଏବଂ ଶୁନ୍ୟକାଳ । ଆଜି ବି ବିଧାନସଭାରେ ସମାନ ଅବସ୍ଥା । ଏସ୍‌ସିବି ମେଡିକାଲ ପୋଡ଼ି ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ହଟ୍ଟଗୋଳ । ବାଚସ୍ପତି ବିଧାନସଭାକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଛନ୍ତି ।

Also Read:-ଟେଷ୍ଟ ଡ୍ରାଇଭ କହି ଲୁଟି ନେଲେ ଦେଢ କୋଟିର କାର୍...

ଖବର ଅନୁଯାୟୀ, ବିଧାନସଭା ବଜେଟ୍‌ ଅଧିବେଶନ । ଗତ ୧୭ ତାରିଖରୁ ବିଧାନସଭାରେ ଏସ୍‌ସିବି ମେଡିକାଲ ପୋଡ଼ି ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ହେଲେ ଶାସକ ଦଳ ବିଧାନସଭାରେ ଆଲୋଚନା ପାଇଁ କହୁଛନ୍ତି । କିନ୍ତୁ ବିରୋଧୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ଯାହାକୁ ନେଇ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ବିଧାନସଭାକୁ ସୁରୁଖୁରୁରେ ଚଲାଇବା ପାଇଁ ସର୍ବଦଳୀୟ ବୈଠକ ବସିସାରିଲାଣି । ତାପରେ ବି ଗୃହ ଅଚଳ । ଗୁରୁବାର ଦିନ ବିଧାନସଭା କାର୍ଯ୍ୟ ଦିବସ ଅନୁସାରେ ଆରମ୍ଭ ହୋଇଥିଲା । କିନ୍ତୁ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ ଏବଂ ନାରାବାଜି କରିଥିଲେ । ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ । ତଥାପି ବିରୋଧୀ ବୁଝୁନଥିଲେ । ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ଯାହାଫଳରେ ବାଚସ୍ପତି ବିଧାନସଭାକୁ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । 

Also Read:-Marichi kunda Water: ପୂରଣ ହେବ ମନୋସ୍କାମନା, ପାଣିରେ ଗାଧୋଇଲେ ଅପୁତ୍ରିକକୁ ମିଳିବ ପୁତ୍ର

ଅନ୍ୟପଟେ ବିଧାନସଭା ବାରମ୍ବାର ମୁଲତବୀ ନେଇ ବିରୋଧୀ ଦଳକୁ ଟାର୍ଗେଟ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଥିଲେ କି ପ୍ରତିଦିନ ୬୦ରୁ ୭୦ ଲକ୍ଷ ଟଙ୍କାର ଖର୍ଚ୍ଚ ହେଉଛି । ଲୋକଙ୍କ ଟଙ୍କାରେ ବିଧାନସଭା ଚାଲୁଛି । ତେଣୁ ବିଧାନସଭା ଅଚଳ ହେବା ଲାଗି ଲୋକଙ୍କ ଟଙ୍କା ନଷ୍ଟ ହେଉଛି । ବର୍ତ୍ତମାନ ଯାଏଁ ୧୨ କୋଟି ଟଙ୍କା ନଷ୍ଟ ହୋଇସାରିଲାଣି । ତେଣୁ ଯଦି ଆମେ ଲୋକଙ୍କ ସଦସ୍ୟ ହୋଇ, ଲୋକଙ୍କ ଟଙ୍କାକୁ ଏହି ନଷ୍ଟ କରିବା । ତେବେ ଏହା ଦୁର୍ଭାଗ୍ୟଜନକ । 

Watch Video:-