ଭୁବନେଶ୍ବର: ସ୍ମାର୍ଟ ସିଟିରେ ଆହୁରି ସ୍ମାର୍ଟ ହେବ ଟ୍ରାଫିକ ସିଗନାଲ ସିଷ୍ଟମ। ଭୁବନେଶ୍ବରରେ ବଦଳିବ ଟ୍ରାଫିକ ପୋଷ୍ଟର ରୂପରେଖ। ଟ୍ରାଫିକ ସିଗନାଲରେ ଲାଗିବ କାଉଣ୍ଟ ଡାଉନ ଟାଇମର। ଫଳରେ ଲୋକଙ୍କୁ ଟ୍ରାଫିକ ଛକରେ ବେଶି ସମୟ ଅପେକ୍ଷା କରିବାକୁ ପଡିବନି କି ଲୋକଙ୍କ ସମୟ ନଷ୍ଟ ହେବନି। ଅଧିକ ଭିଡ ଥିବା ପାର୍ଶ୍ବରୁ ଯିବା ପାଇଁ ମିଳିବ ଅଧିକ ସମୟ। ଏଭଳି କିଛି ନୁଆ ଫିଚରକୁ ନେଇ ଭୁବନେଶ୍ବରରେ ପରିଚାଳିତ ହେବ ଟ୍ରାଫିକ ସିଷ୍ଟମ ।

ପ୍ରାଥମିକ ଭାବରେ ରାଜଧାନୀର ବିଭିନ୍ନ ଛକରେ ଥିବା ୫୦ ଟି ଟ୍ରାଫିକ ସିଗନାଲ ସିଷ୍ଟମକୁ ଅପଗ୍ରେଡ କରାଯିବ। ଆଡାପଟିଭ ଟ୍ରାଫିକ କଂଟ୍ରୋଲ ସିଷ୍ଟମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଜ୍ଞାନ କୌଶଳ ବ୍ୟବହାର କରାଯିବ। ଏହାଦ୍ବାରା ଯାତାୟାତ ସହଜ ହେବା ସହ ସହ ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକୁ ଚିହ୍ନିବା ସହଜ ହେବ। ପ୍ରମୁଖ ଛକଗୁଡ଼ିକରେ ଟ୍ରାଫିକ ପୋଷ୍ଟଗୁଡ଼ିକର ରୂପାନ୍ତର ଏବଂ LED ଡିଜିଟାଲ୍ ଡିସପ୍ଲେ ସିଷ୍ଟମ ଲଗାଯିବ। ଖାଲି ସେତିକି ନୁହେଁ ବର୍ଷା କିମ୍ବା ମେଘୁଆ ପାଗ ଯୋଗୁ ସୋଲାରରେ ଚାଲୁଥିବା ଟ୍ରାଫିକ ସିଗନାଲ ସମସ୍ୟାର ସାମାଧନ ବି ହେବ। ଏସବୁ ସ୍ଥାନମାନଙ୍କରେ ଉଭୟ ସୋଲାର ଏବଂ ଇଲେକଟ୍ରିକ ପାଓ୍ବାର ବ୍ୟାକଅପ ଟ୍ରାଫିକ ସିଷ୍ଟମ ରହିବ। ଫଳରେ ବର୍ଷା କିମ୍ବା ମେଘୁଆ ପାଗରେ ବି ସିଗନାଲ ସଠିକ ଭାବେ କାମ କରିବ।

ସ୍ଥାପନ ହେବ ୨୫ଟି ନୂଆ ଆଡାପଟିଭ ଟ୍ରାଫିକ କଂଟ୍ରୋଲ ସିଷ୍ଟମ

ଖଣ୍ଡଗିରି ଅଣ୍ଡର ପାସ, ଜୟଦେବ ବାଟିକା ଛକ, କେସୁରା, ପାଣ୍ଡରା, ଟଙ୍କପାଣି ସାଇ ମନ୍ଦିର ଛକ, କୋଳଥିଆ ଛକ, ଡୁମଡୁମା, କଳିଙ୍ଗ ବିହାର ଅଣ୍ଠର ପାସ, ଜଟଣି ଗେଟ ତଳଖେତା, ଗୋହରିଆ, କଳାରାହାଙ୍ଗ, ଉତ୍ତରା, ମାଉସିମା ଛକ, ନାକା ଗେଟ ଆଇଗିଣିଆ ଅଣ୍ଡର ପାସ, ଧଉଳି, ପୋଖରିପୁଟ ଗ୍ୟାରେଜ ଛକ, ନୟାପଲ୍ଲୀ ଅଣ୍ଣର ପାସ, ଶୈଳେଶ୍ରୀ ବିହାର, ରସୁଲଗଡ, ଚନ୍ଦକା, ବୁଦ୍ଧ ପାର୍କ ଭଳି ୨୫ ଟି ନୁଆ ସ୍ଥାନରେ ଆଡାପଟିଭ ଟ୍ରାଫିକ କଂଟ୍ରୋଲ ସିଷ୍ଟମ ଲଗାଇବାକୁ ଯୋଜନା କରିଛି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ।

Also Read: ଆବସିକ ଘରକୁ ବ୍ୟବସାୟ ପାଇଁ ବ୍ୟବହାର କରିବା ପ୍ରସଙ୍ଗ, ହାଉସ ପ୍ଲାନ୍ ଆପ୍ରୁଭାଲ ଅପଲୋଡ ପାଇଁ ବିଏମସି ଦେଲା ମହଲତ

ସେପଟେ ସ୍ମାର୍ଟ ଟ୍ରାଫିକ ମ୍ୟାନେଜମେଣ୍ଟ ଓ ଟ୍ରାଫିକ ବିଶେଷଜ୍ଞ କହିବା କଥା ରାଜଧାନୀର ଲୋକ ସଂଖ୍ୟା ବଢ଼ିବା ସହ ଦିନକୁ ଦିନ ନୂଆ ରାସ୍ତା ଓ ଛକ ସୃଷ୍ଟି ହେଉଛି। ଯାହା ଫଳରେ ଭିଡ ବଢ଼ୁଛି। ବିଦେଶ ଭଳି ଭୁବନେଶ୍ବର ଏହି ବ୍ୟବସ୍ଥା ଆପଣାଇବା ନିଶ୍ଚୟ ଭାବେ ସହରି ଗମନା ଗମନା କ୍ଷେତ୍ରରେ ସୁବିଧାଜନକ ହେବା ସହ, ଏଆଇ କ୍ୟାମେରା ଯୋଗୁ କ୍ରାଇମ କଂଟ୍ରୋଲ କରାଯାଇପାରିବ ବୋଲି କହିଛନ୍ତି ଅର୍ବାନ ରୋଡ ଟ୍ରାନସପୋର୍ଟ ଏକ୍ସପର୍ଟ।