ଭୁବନେଶ୍ବର: ଆବାସିକ ଘରକୁ କର୍ମସିଆଲ ଭାବେ ବ୍ୟବହାର ଘଟଣାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ବିଏମଏସି। ଏଥିପାଇଁ ବିଏମସି ଘର ପ୍ଲାନ୍ ଆପ୍ରୁଭାଲ ଅପଲୋଡ କରିବାକୁ ଘର ମାଲିକଙ୍କୁ ୧ ମାସର ସମୟ ଦେଇଛି। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ଚଞ୍ଚଲ ରାଣା।

ବିଏମସି କମିଶନର କହିଛନ୍ତି, ବିନା ପ୍ଲାନ୍ ଆପ୍ରୁଭାଲରେ ବ୍ୟବସାୟିକ ଭାବେ ବ୍ୟବହାର ହେଉଥିବା ଘର ସିଲ କରିବାକୁ ନୋଟିସ ହୋଇଛି। ବିଏମସି ପକ୍ଷରୁ ଫିଲ୍ଡ ସର୍ଭେ ଜାରି ରହିଛି। ହୋର୍ଡିଂ ଟିକସ ଆଧାରରେ ୪୬୦୦ ଅନୁଷ୍ଠାନକୁ ଚିହ୍ନଟ କରାଯାଇଛି। ଯେଉଁଥିରେ ଅନେକ ଅନୁଷ୍ଠାନର କର୍ମସିଆଲ କମ୍ପ୍ଲେକ୍ସ ଅଛି। ସେମାନେ ଅନୁମତି ନେଇଛନ୍ତି। ତେଣୁ ପୋର୍ଟାଲରେ ସେମାନେ ନିଜ ପ୍ଲାନ ଅନୁମୋଦନ ଅପଲୋଡ କରିବାକୁ କୁହାଯାଇଛି।

Also Read: ବନ୍ୟା ପ୍ରଭାବିତ ୨୨ ଜିଲ୍ଲାକୁ ୧୧୦ କୋଟି ଟଙ୍କାର ସହାୟତା, DBTରେ ପହଞ୍ଚିବ କ୍ଷତିପୂରଣ

କିନ୍ତୁ ଯେଉଁମାନେ ପ୍ରକୃତରେ ନିୟମରେ ଖିଲାପ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ। ଅନଲାଇନରେ ସେମାନଙ୍କ ପ୍ଲାନ ଆପ୍ରୁଭଲ ଅପଲୋଡ କରିବାକୁ ଘର ମାଲିକଙ୍କୁ ୧ ମାସ ସମୟ ଦିଆଯିବ। ଯେଉଁମାନେ ନୂଆ ଘର କରୁଛନ୍ତି କିମ୍ବା ହୋଲ୍ଡିଂ ଟ୍ୟାକ୍ସ ଫାଙ୍କୁଛନ୍ତି ଏନେଇ ଘେରାଇ ଏଜେନସି ମାଧ୍ୟମରେ ସର୍ଭେ ଚାଲିଛି। ଘରର ବିଭିନ୍ନ ସମୟରେ ରେଗୁଲେସନ ପରିବର୍ତ୍ତନ ହେଇଛି। ପରିବର୍ତ୍ତନ ଅନୁସାରେ ଅନୁଷ୍ଠାନଗୁଡ଼ିକ ଅନୁମତି ନେଇଛନ୍ତି କି ନାହିଁ ସେ ସବୁ ଅନୁଧ୍ୟାନ ପରେ ହିଁ ଜଣାପଡ଼ିବ। ଏନେଇ ଭୟଭୀତ ହେବାର ନାହିଁ। କେବଳ ତଥ୍ୟ ପୋର୍ଟାଲରେ ଅପଲୋଡ କରିବାକୁ କୁହାଯାଇଥିବା କହିଛନ୍ତି ବିଏମସି କମିଶନର ଚଂଚଲ ରାଣା।