ବଲାଙ୍ଗିର ୧୪।୧୧: ବହୁଦିନର ଅପେକ୍ଷାର ଅନ୍ତ ଘଟାଇ କେନ୍ଦ୍ର ସରକାର ମଞ୍ଜୁର କଲେ ୭ ଲକ୍ଷ ଆବାସ ଗୃହ । ବଲାଙ୍ଗିର ଜିଲ୍ଲାରୁ ସାରା ରାଜ୍ୟର ୭ ଲକ୍ଷ ହିତାଧିକାରୀ ପାଇଲେ ଆବାସ ଘର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ କୃଷି ତଥା କୃଷକ କଲ୍ୟାଣ ବିଭାଗର ମନ୍ତ୍ରୀ ଶିବରାଜ ସିଂ ଚୌହାନ ବଲାଙ୍ଗିର ପଥରଚେପାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଆବାସ ଯୋଜନାରେ ହିତାଧିକାରୀଙ୍କୁ ଦେଲେ ଆବାସ ଘର । ଏହା ସହ ୯୧୧ କୋଟି ଟଙ୍କାର ୨୪୮ଟି ପ୍ରକଳ୍ପର କଲେ ଶୁଭାରମ୍ଭ ସହ ଶିଳାନ୍ୟାସ । ବଲାଙ୍ଗିରରେ କୃଷି ମହାବିଦ୍ୟାଳୟର ମଧ୍ୟ କରାଯାଇଛି ଶିଳାନ୍ୟାସ । ଜୟ ଜଗନ୍ନାଥ, ଜୟ ମା’ ପାଟଣେଶ୍ବରୀ, ଜୟ ମା’ ସମଲେଶ୍ବରୀ, ସମସ୍ତଙ୍କୁ ମୋର ଜୁହାର କହି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସମ୍ବୋଧିତ କଲେ ।

ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ଆରମ୍ଭ କରି କହିଥିଲେ, ବଲାଙ୍ଗିର ମାଟିରେ ଆପଣଙ୍କ ସହିତ ମିଶିବାର ପରମ ସୌଭାଗ୍ୟ ହୋଇଛି । ଆମ ରାଜ୍ୟରେ ଆଉ କେହି ରହିବେ ନାହିଁ ଯାହାର ଛାତ ଘର ନ ଥିବ । ଏଭଳି କିଛି କହି ଆମ ସରକାରର ଲକ୍ଷ୍ୟ ରହିଛି ମୁଣ୍ଡ ଉପରେ ଛାତ ଘର ରହିବ । ୬ ଦଶକ ପୂର୍ବରୁ ଗରିବ ହଟାଓ ନାରା ସହ ରୋଟି, ମକାନ, କପଡା ଦେବା ପାଇଁ କୌଣସି ଯୋଜନା ପୂର୍ବ ସରକାର କରି ନଥିବା କହି କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ । ମୋଦିଙ୍କ ପାଇଁ ୫୦ କୋଟି ଲୋକ ଗରିବିରୁ ମୁକ୍ତି ପାଇଛନ୍ତି । ୨୦୪୭ ପର୍ଯ୍ୟନ୍ତ ଆମକୁ ବିକଶିତ ଭାରତ ବନାଇବାକୁ ପଡିବ କହି ଆଜି ଡବଲ ଇଞ୍ଜିନ ସରକାରରେ କେନ୍ଦ୍ର ଗ୍ରାମୀଣ ମନ୍ତ୍ରୀ ଘର ନେଇ ଆସିଛନ୍ତି ଦିଲ୍ଲୀରୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ଗତ ସରକାର ଘର ଆଣିବା ପାଇଁ ସକ୍ଷମ ନଥିଲେ । ନବୀନ ପଟ୍ଟନାୟକ ସରକାର ଘର ଆଣି ପାରିଲେ ନାହିଁ, ସେଥିପାଇଁ ଆମକୁ ଘର ମିଳୁନଥିଲା । ଆମ ପାଖରେ ତାଲିକା ନଥିଲା, ପୂର୍ବ ସରକାର ଯୋଗ୍ୟ ତାଲିକା ଦେବା ପାଇଁ ଅସମର୍ଥ ଥିଲେ । ୨୦୨୪ରେ ଆମ ସରକାର ଆସିଲା ପରେ ୨୮ ଲକ୍ଷ ଲୋକଙ୍କୁ ଘର ଦେବା ପାଇଁ ଓ୍ବେଟିଂ ଲିଷ୍ଟ କରିଛୁ । ଆମେ ୮ ଲକ୍ଷ ଘର ପାଇଁ ଦାବି କରିଥିଲୁ । ଆଗକୁ କେନ୍ଦ୍ର ସରକାର ଆହୁରି ଘର ଦେବେ । ସେ ସଙ୍ଗେ ସଙ୍ଗେ ୧ ଲକ୍ଷ ଘର ଦେଲେ । ଟୋଟାଲ ୫ ଲକ୍ଷ ଘର ଦେଲେ । ଏ ଦିଲ୍ ମାଙ୍ଗେ ମୋର୍ । ଆମକୁ ଆହୁରି ଘର ଦରକାର । ସମସ୍ତଙ୍କ ପାଇଁ ଛାତଘର କରିବୁ ।

ଯେତେ ଲୋକ ଅପେକ୍ଷାରେ ଥିଲେ ଆମେ ସମସ୍ତଙ୍କୁ ଭତ୍ତା ଦେଲୁ । ବିଜେଡି ଘୋଷଣା କରିଥିଲା କିନ୍ତୁ ଦେଲା ନାହିଁ । ଅପେକ୍ଷା କରି କରି ରହିଲେ, ବୟସ ବଢିଲା ୬୫ ବର୍ଷ, ୭୦ ବର୍ଷ ୮୦ ବର୍ଷ । ଜଣେ ମରିଗଲା ପରେ ଯାଇ ଭତ୍ତା ପାଉଥିଲେ । ଲୋକ ଅପେକ୍ଷା କରି କରି ଥକି ଯାଉଥିଲେ । ଆମ ସରକାର ନିଷ୍ପତ୍ତି ନେଲା ଆପେକ୍ଷାର ଯୁଗ ସରିଲା । ଆମ ସରକାର ପୁରା କାମରେ ବିଶ୍ବାସ କରେ, ଆଉ କେହି ରହିବେ ନାହିଁ, ୬୦ ହେଲା ମାନେ ଭତ୍ତା ।

Also Read:- ରାଷ୍ଟ୍ରପତିଙ୍କ ବୋଇତ ବନ୍ଦାଣରୁ ବାଲିଯାତ୍ରା ଉଦ୍‌ଘାଟନ, ଅନ୍ତର୍ଜାତୀୟ ବୋଟ୍ ରେସ୍ ସାଙ୍ଗକୁ ୧୮୦୦ ଷ୍ଟଲ୍‌ରେ ଜମିବ ଭିଡ଼

ବଲାଙ୍ଗିର ଜିଲ୍ଲାକୁ ବିକାଶ ଦିଗରେ ନେବା ପାଇଁ ୨୪୮ଟି ପ୍ରକଳ୍ପ ବିବଦକୁ ୯୧୧ କୋଟିର ଭିତ୍ତିପ୍ରସ୍ତର ହୋଇଛି । ବଲାଙ୍ଗିର ଜିଲ୍ଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ଶିଳାନ୍ୟାସ କଲେ । ଭାରତବର୍ଷର ଶ୍ରେଷ୍ଠ କୃଷି ମହାବିଦ୍ୟାଳୟ ହେବ ବଲାଙ୍ଗିର । ନୂଆ ଜାଗା ମଧ୍ୟ ଚିହ୍ନଟ ହେବ । ଅର୍ଥର ଅଭାବ ନାହିଁ, ସରପ୍ଲସ ବଜେଟରେ ଅଛି ଓଡ଼ିଶା ସରକାର। ଯେତେ ଜମି ଦେବେ ସେତେ ଅର୍ଥ ଦେବୁ । ମୁଁ ଟଙ୍କା ଦେବା ପାଇଁ ରେଡି, ଶିବରାଜ ମଧ୍ୟ ନମ୍ବର ଓ୍ବାନ କରିବାକୁ ରେଡି ଅଛନ୍ତି । ସରକାରୀ ଇଞ୍ଜନିୟରିଂ କଲେଜ ବଜେଟରେ ଘୋଷଣା ହୋଇଛି । ଜମି ଦେଲେ ମୁଁ ପୁଣି ଆସିବି ଶିଳାନ୍ୟାସ କରିବାକୁ । ୨୦୩୬ରେ ଓଡ଼ିଶା ସମୃଦ୍ଧ ହେବ ।

ସେପଟେ ଉପ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ବଲାଙ୍ଗିରରେ ଆବାସ ବଣ୍ଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ଉପ ମୁଖ୍ୟମନ୍ତ୍ରୀ । ୨୪ ବର୍ଷର ଶାସନରେ କାମ ନ କରି ଆମ ସରକାରକୁ ପରାମର୍ଶ ଦେଉଥିବା ପୂର୍ବ ସରକାର ସାବଧାନ ହୋଇ ଯାଅନ୍ତୁ ।