ଭୁବନେଶ୍ବର ୨୭।୨: ରାଜ୍ୟର ୨୫ ଜଙ୍ଗଲରେ ଲାଗିଛି ବଡ଼ ଆକାରର ନିଆଁ । ହୁତହୁତ ହୋଇ ଜଳୁଛି ଜଙ୍ଗଲ । କୋରାପୁଟର ପାର୍ବତୀପୁରମ ମାନ୍ୟମ ପଏଣ୍ଟ, ଢେଙ୍କାନାଳର ମହାବୀରରୋଡ-୧, କାମାକ୍ଷାନଗର ଇଷ୍ଟ ୧ ପଏଣ୍ଟ, ନବରଙ୍ଗପୁରର ଉମରକୋଟ ୯,୧୦,୧୧,୧୨ ପଏଣ୍ଟ, ଝରିଗାଁ ୪ ନମ୍ବର ପଏଣ୍ଟ, ମୟୂରଭଞ୍ଜର ବେତନଟୀ ୨ ଆଉ ୩, ରାସଗୋବିନ୍ଦପୁର ୫ ଆଉ ୬, ବାରିପଦା ୩ ନମ୍ବର ପଏଣ୍ଟ, କେନ୍ଦୁଝରର ତେଲକୋଇ ୧, ଆନନ୍ଦପୁର ୨ ପଏଣ୍ଟ, ବଲାଙ୍ଗିର, ବରଗଡ଼ର ଘେସ ୧ ପଏଣ୍ଟରେ ଲାଗିଛି ନିଆଁ ।

​​​​​​​ଏ ଖବର ବି ପଢନ୍ତୁ:-ମଦ ନୀତି ମାମଲାରେ କେଜରିୱାଲ ଓ ସିସୋଦିଆ ନିର୍ଦ୍ଦୋଷରେ ଖଲାସ, କୋର୍ଟ କହିଲେ ନଥିଲା ଷଡ଼ଯନ୍ତ୍ର

ସେହିଭଳି ମାଲକାନଗିରି, କନ୍ଧମାଳ, ଅନୁଗୋଳ ଜିଲ୍ଲାରେ ମଧ୍ୟ ଲାଗିଛି ବଡ଼ ଧରଣର ନିଆଁ । ୨୫ ଜଙ୍ଗଲର ୯୪ଟି ସ୍ଥାନରେ ଲାଗିଛି ନିଆଁ । ସବୁ ନିଆଁ ଆକ୍ଟିଭ୍ ଅଛି । ଜଙ୍ଗଲ ବିଭାଗ ନିଆଁ ଲିଭାଇବା ପାଇଁ ଚଳାଇଛି ଉଦ୍ୟମ । ରାଜ୍ୟରେ ସମୁଦାୟ ୩୨୩ ସ୍ଥାନରେ ନିଆଁ ଲାଗିଥିବା ବେଳେ ନବରଙ୍ଗପୁରରେ ସର୍ବାଧିକ ୭୬ଟି ସ୍ଥାନରେ ଲାଗିଛି ନିଆଁ ।