ସମ୍ବଲପୁର ୧୨।୬: ସମ୍ବଲପୁର ଜିଲ୍ଲା ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେ ଲାଞ୍ଚ କାରବାର ଅଭିଯୋଗ । ଖୋଲାଖୋଲି ଲାଞ୍ଚ ମାଗୁଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟର କିରାଣୀ । କିରାଣୀଙ୍କ ଲାଞ୍ଚ ମାଗିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବଡ଼ ବଡ଼ ଅଧିକାରୀଙ୍କ ପାଇଁ ଲାଞ୍ଚ ମାଗୁଛନ୍ତି କିରାଣୀ । ୭୫ ହଜାରରେ ୨୦ ହଜାର ଦେବାକୁ ପଡିବ ଲାଞ୍ଚ । ପ୍ରଥମେ ୧୫ ହଜାର ଲାଞ୍ଚ ଦେବାକୁ କହିଛନ୍ତି କିରାଣୀ । ତେବେ ଏହି ଘଟଣା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ କିମ୍ବା କିରାଣୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Also Read:- ଶାଶୁଙ୍କ ଶ୍ରାଦ୍ଧରେ ବୋହୂଙ୍କୁ ବିନ୍ଧି ମାରିଦେଲେ ହଜାର ହଜାର ମହୁମାଛି, ୧୨ରୁ ଅଧିକ ଆହତ

ତେବେ ଆଟ୍ରୋସିଟି ଆକ୍ଟରେ ମିଳୁଥିବା ସହାୟତା ରାଶିକୁ ନେଇ ପିସି କାରବାର ହେଉଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ଭିଡିଓରେ ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟର କିରାଣୀ ହିତାଧିକାରୀଙ୍କ ଠାରୁ ସରକାରୀ ସହାୟତା ରାଶି ପ୍ରଦାନ ପାଇଁ ପ୍ରାୟ ୩୦% ଟଙ୍କା ମାଗୁଥିବା ସ୍ପଷ୍ଟ ଶୁଣିବାକୁ ମିଳୁଛି । କେବଳ ଏତିକି ନୁହେଁ, କାମ ହେବା ପୂର୍ବରୁ ଟଙ୍କା ଦେବାକୁ ପଡ଼ିବ, କାମ ସରିଯିବା ପରେ ଲୋକମାନେ ଟଙ୍କା ଦେଉ ନାହାନ୍ତି । ଏହି ଟଙ୍କା ଅନ୍ୟାନ୍ୟ ଅଧିକାରୀଙ୍କ ମଧ୍ୟରେ ଭାଗବଣ୍ଟା ହୋଇଥାଏ ବୋଲି ମଧ୍ୟ କିରାଣୀ ଜଣଙ୍କ କହୁଛନ୍ତି ।