ଭୁବନେଶ୍ୱର: ଶେଷରେ ଜେଲ୍ ଗଲେ କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ। ରେଡ୍ ବେଳେ ବାବୁଙ୍କ ଘରୁ ମିଳିଛି ୧ କେଜି ୧୪୦ ଗ୍ରାମ ସୁନା। ବର୍ତ୍ତମାନ ସୁଦ୍ଧା ନଗଦ ୪୮ ଲକ୍ଷ ୭୯ ହଜାର ଟଙ୍କା ଠାବ କରିଛି ଭିଜିଲାନ୍ସ। ଗତକାଲିଠାରୁ OPHWC ଡେପୁଟି ମ୍ୟାନେଜର ବିଦ୍ୟୁତ ରଂଜନ ଭୋଳଙ୍କ ଘରେ ରେଡ୍ ଚାଲିଛି।

ଜମିପ୍ରିୟ ଡେପୁଟି ମ୍ୟାନେଜର:

ପୋଲିସ ଆବାସିକ ଓ କଲ୍ୟାଣ ନିଗମ ଡେପୁଟି ମ୍ୟାନେଜର ପ୍ରଥମେ ୫ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ବିଦ୍ୟୁତ ରଞ୍ଜନଙ୍କୁ ଧରିଥିଲା ଭିଜିଲାନ୍ସ । ଏହାପରେ ସମ୍ବଲପୁର, ଭଞ୍ଜନଗର, ଭୁବନେଶ୍ବରରେ ଏକକାଳୀନ ଚଢାଉ ଜାରି ରହିଛି। କହିବାକୁ ଗଲେ ଭାରି ଜମିପ୍ରିୟ ଜମିପ୍ରିୟ ଡେପୁଟି ମ୍ୟାନେଜର । ଭିଜିଲାନ୍ସ ଜାଲରେ ପଡ଼ିଥିବା ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜରଙ୍କ ୨୯ ଟି ପ୍ଲଟ ଠାବ ।

ଜମି ନିଶା ଦେଖି ଭିଜିଲାନ୍ସ ତାଜବୁ:

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ଘର ସହ ଏକକାଳନୀ ତିନୋଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ତାଙ୍କର ଜମି କିଣିବା ନିଶା ଦେଖି ଭିଜିଲାନ୍ସ ତାଜୁବ ହୋଇଯାଇଛି । ବାବୁଙ୍କର ଖୋର୍ଦ୍ଧା ଜଟଣି, ବ୍ରହ୍ମପୁର ଏବଂ ଅନ୍ୟାନ୍ୟ ସ୍ଥାନରେ ୨୯ଟି ପ୍ଲଟ୍ ଠାବ ହୋଇଛି । ୨ଟି ବହୁ ମହଲା କୋଠା, ଭୁବନେଶ୍ୱରର କଳିଙ୍ଗ ବିହାରରେ ଏକ ଫ୍ଲାଟ୍ ଠାବ ହୋଇଛି । ତାଙ୍କ ଘରୁ ୧ କିଲୋ ୧୪୦ ଗ୍ରାମ୍ ସୁନା ମିଳିଛି ।
​​​​​​​Also read...https://www.prameyanews7.com/556-crore-fraud-accused-parents-arrested

ମାଳ ମାଳ ଅଳଙ୍କାର:

ଯେଉଁଥିରେ ୬ଟି ସୁନା ମୁଦ୍ରା ଏବଂ ୨ଟି ସୁନା ବିସ୍କୁଟ୍ ରହିଛି ।ଏଥିସହ ୪୮ ଲକ୍ଷ ୭୯ ହଜାର ୧୦୦ ନଗଦ ଟଙ୍କା ଆଦି ଜବତ କରିଛି ଭିଜିଲାନ୍ସ । ଏବେବି ଭଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଖୋଜାଖୋଜି ଜାରି ରହିଛି । ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଭୁବନେଶ୍ୱର ଆଣି ଅଧିକ ଖୋଜାଖୋଜି କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ଆଧାରରେ ବିଦ୍ୟୁତ ଭୋଳଙ୍କୁ ସମ୍ବଲପୁର ରେଲ ଷ୍ଟେସନରୁ ଧରିଥିଲା ଭିଜିଲାନ୍ସ ।