ସୁନ୍ଦରଗଡ଼ ୨୦।୧୦ : ଘର ଭିତରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ । ୨୧ ବର୍ଷୀୟ ମେଦିନୀ କିଷାନଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୁନ୍ଦରଗଡ଼ ଜିଲ୍ଲା ସାଲେପାଲି ଗାଁରେ ମହିଳାଙ୍କ ମୃତ୍ୟୁକୁ ନେଇ ଖେଳିଯାଇଛି ଚାଞ୍ଚଲ୍ୟ ।

୨୧ ବର୍ଷୀୟ ମେଦିନୀ କିଷାନ । ତିନି ବର୍ଷ ତଳେ ବିବାହ କରିଥିଲେ । ହେଲେ ତାଙ୍କ ମୃତଦେହ ମିଳିଛି । ଘର ଭିତରୁ ମହିଳାଙ୍କୁ ଝୁଲନ୍ତା ମୃତଦେହ ଠାବ ହୋଇଛି । ତେବେ ଘଟଣାକୁ ନେଇ ମହିଳାଙ୍କ ଭାଇ ଆଣିଛନ୍ତି ଗୁରୁତର ଅଭିଯୋଗ । ମୃତକଙ୍କ ଭାଇ ଧରୁଆଡିହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଭଉଣୀଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ଏବଂ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି।

Also Read:-Orangutans : ଇଣ୍ଡୋନେସିଆ ଗଲା ରକି, ବାକି ୫ ଓରାଙ୍ଗଉଟାନଙ୍କ ଭବିଷ୍ୟତ କ’ଣ ?

ସେପଟେ ଅଭିଯୋଗ ଆଧାରରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ। ସେହିପରି ଘଟଣାର ଅଧିକ ତଦନ୍ତ ପାଇଁ ପୋଲିସ ସାଇଣ୍ଟିଫିକ୍ ଟିମ୍ର ସହାୟତା ନେଇପାରେ ବୋଲି ସୂଚନା ରହିଛି ।