କଳାହାଣ୍ଡି ୨୦।୧୦ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଚକୁଳି ନିକଟରେ ଅଘଟଣ । ଯାତ୍ରା ଦେଖି ଫେରୁଥିଲେ, ଅଧାରାସ୍ତାରେ ଘଟିଲା ଦୁର୍ଘଟଣା । ପୋଲ ତଳକୁ ଖସି କକା-ପୁତୁରାଙ୍କର ଚାଲିଗଲା ଜୀବନ । ମୃତକ ହେଲେ ଜୁନାଗଡ଼ ଥାନା ପଲାସ ଗାଁର ନରେଶ ନାଏକ ଓ ପ୍ରଦୀପ ନାଏକ ।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ହାବସପୁରରୁ ଯାତ୍ରା ଦେଖି ବାଇକ ଯୋଗେ ଫେରୁଥିଲେ । ଏହି ସମୟରେ ବାଇକଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲା । ଯାହାଫଳରେ ବାଇକରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ଜୁନାଗଡ଼ ଥାନା ପଲାସ ଗ୍ରାମର ନରେଶ ନାଏକ ଓ ପ୍ରଦୀପ ନାଏକ ବୋଲି ଜଣାପଡିଛି ।

Also Read:-ବୈବାହିକ ଜୀବନରେ ଆସିଲା କି ଝଡ଼, ଝୁଲିପଡିଲେ ନା ଝୁଲାଇଦେଲେ…

ଅନ୍ୟପଟେ ଜୁନାଗଡ଼ ପୋଲିସ ଦୁର୍ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜୁନାଗଡ଼ ଡାକ୍ତରଖାନାକୁ ପଠାଇଛି । ଦୁଇ ଜଣଙ୍କ ମୃତ୍ୟୁରେ ପଲାସ ଗ୍ରାମରେ ଶୋକର ଛାୟା l