ମେଷ- ଦିନଟି ମଧ୍ୟମ ଫଳଦାୟକ ରହିବ। କାର୍ଯ୍ୟକ୍ଷେତ୍ରରେ କିଛି ଚାପ ଅନୁଭବ କରିପାରନ୍ତି। ପରିବାରରେ ସାଧାରଣ ପରିବେଶ ରହିବ। ଅନାବଶ୍ୟକ କଥାରେ ମୁଣ୍ଡ ପୂରାଇବା ଠିକ୍ ହେବ ନାହିଁ। ଧନ ଖର୍ଚ୍ଚ କରିବାବେଳେ ସତର୍କ ରୁହନ୍ତୁ। ଶାରୀରିକ କ୍ଲାନ୍ତି ଅନୁଭବ ହୋଇପାରେ।

ବୃଷ- ଶୁଭ ସମୟ ରହିବ। ବ୍ୟବସାୟ ଓ ଚାକିରିରେ ଭଲ ଫଳ ମିଳିପାରେ। ପରିବାରରେ ଖୁସିର ପରିବେଶ ରହିବ। ଆର୍ଥିକ ଦିଗ ମଜବୁତ ହେବ। ପୁରୁଣା କାମ ସମାପ୍ତ କରିବାରେ ସଫଳ ହେବେ। ମନ ପ୍ରସନ୍ନ ରହିବ।

ମିଥୁନ- ନୂତନ ଯୋଜନାରେ ଲାଭ ମିଳିପାରେ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ଘରୋଇ କାର୍ଯ୍ୟରେ ବ୍ୟସ୍ତତା ବଢ଼ିପାରେ। ଅନାବଶ୍ୟକ ଯାତ୍ରା କରିବାକୁ ପଡ଼ିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲ ରହିବ। ଆରୋଗ୍ୟ ସାଧାରଣ ରହିବ।

କର୍କଟ- ଚନ୍ଦ୍ରଙ୍କ ଶୁଭ ପ୍ରଭାବ ରହିବ। ଦୀର୍ଘଦିନର ଚିନ୍ତା ଦୂର ହେବାର ସମ୍ଭାବନା ରହିଛି। କାର୍ଯ୍ୟରେ ସଫଳତା ଓ ସମ୍ମାନ ପାଇପାରନ୍ତି। ପରିବାରରେ ଆନନ୍ଦମୟ ପରିବେଶ ରହିବ। ଧନଲାଭର ଯୋଗ ରହିଛି। ମନ ଉତ୍ସାହିତ ରହିବ।

ସିଂହ- ଅଯଥା ବ୍ୟୟ ବଢ଼ିପାରେ। ଆର୍ଥିକ ନିଷ୍ପତ୍ତିରେ ସତର୍କ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ କିଛି ବାଧା ଆସିପାରେ। ପରିବାରରେ ସାଧାରଣ ପରିସ୍ଥିତି ରହିବ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ। ଶାରୀରିକ ଦୁର୍ବଳତା ଦେଖାଦେଇପାରେ।

କନ୍ୟା- ଦିନଟି ଶୁଭ ଫଳଦାୟକ ରହିବ। ନୂତନ କାର୍ଯ୍ୟରେ ଲାଭ ମିଳିପାରେ। ପରିବାରରେ ସୁଖ ଓ ଶାନ୍ତି ରହିବ। ବନ୍ଧୁମାନଙ୍କ ସହଯୋଗ ପାଇବେ। ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିପାରେ। ସ୍ୱାସ୍ଥ୍ୟ ଭଲ ରହିବ।

ତୁଳା- ଶୁଭ ସମୟ ରହିବ। ଅଟକିଥିବା କାମ ସମାପ୍ତ ହୋଇପାରେ। ପରିବାରରେ ଖୁସିର ପରିବେଶ ରହିବ। ଆର୍ଥିକ ଦିଗରେ ଲାଭ ମିଳିପାରେ। ନୂତନ ପରିଚୟ ଲାଭଦାୟକ ହେବ। ମନ ଖୁସି ରହିବ।

ବିଛା- କାର୍ଯ୍ୟକ୍ଷେତ୍ରରେ ଭଲ ସୁଯୋଗ ମିଳିପାରେ। ପରିବାରର ସହଯୋଗ ରହିବ। ଧନ ସମ୍ବନ୍ଧୀୟ କାମରେ ସଫଳତା ମିଳିପାରେ। ଅନାବଶ୍ୟକ ଚିନ୍ତାରୁ ଦୂରେ ରୁହନ୍ତୁ। ଧାର୍ମିକ କାର୍ଯ୍ୟରେ ମନ ଲାଗିପାରେ। ଶରୀର ସୁସ୍ଥ ରହିବ।

ଧନୁ- ଘାତବାର ପ୍ରଭାବ ରହିଥିବାରୁ ସତର୍କ ରହନ୍ତୁ। ଯାତ୍ରା କିମ୍ବା ଯାନବାହନ ବ୍ୟବହାରରେ ସାବଧାନତା ଆବଶ୍ୟକ। କାର୍ଯ୍ୟକ୍ଷେତ୍ରରେ ବିଳମ୍ବ ହୋଇପାରେ। ପରିବାରରେ ଛୋଟ ମୋଟ ମତଭେଦ ହୋଇପାରେ। ଅନାବଶ୍ୟକ କ୍ରୋଧରୁ ଦୂରେ ରୁହନ୍ତୁ। ଭଗବାନଙ୍କ ସ୍ମରଣ କରନ୍ତୁ।

ମକର- ଦିନଟି ସାଧାରଣରୁ ଭଲ ରହିବ। କାର୍ଯ୍ୟରେ ଧୀରେ ଧୀରେ ସଫଳତା ମିଳିବ। ପରିବାରରେ ଶାନ୍ତି ରହିବ। ଧନ ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ହୋଇପାରେ। ବୟସ୍କଙ୍କ ପରାମର୍ଶ ଲାଭଦାୟକ ହେବ। ମନୋବଳ ବଢ଼ିବ।

କୁମ୍ଭ- ଶୁଭ ଦିନ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିପାରେ। ପରିବାରରେ ସୁଖ ଶାନ୍ତି ରହିବ। ଆର୍ଥିକ ଲାଭର ସମ୍ଭାବନା ରହିଛି। ସାମାଜିକ ସମ୍ମାନ ବଢ଼ିପାରେ। ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ।

ମୀନ- ଦିନଟି ଭଲ ରହିବ। ନୂତନ କାର୍ଯ୍ୟରେ ଆଗ୍ରହ ବଢ଼ିବ। ପରିବାରରେ ଆନନ୍ଦମୟ ପରିବେଶ ରହିବ। ଧନଲାଭର ଯୋଗ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଭଗବାନଙ୍କ କୃପା ଲାଭ କରିବେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682