ମେଷ- ଦାମ୍ପତ୍ୟ ଓ ସହଭାଗିତାରେ ଶୁଭ ଫଳ ମିଳିବ। ବ୍ୟବସାୟିକ ଆଲୋଚନା ସଫଳ ହେବ। ପୁରୁଣା ବିବାଦର ସମାଧାନ ହୋଇପାରେ। ଧନପ୍ରାପ୍ତିର ନୂଆ ସୁଯୋଗ ଆସିବ। ସନ୍ଧ୍ୟାରେ ଶୁଭ ଖବର ମିଳିବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ବ୍ୟୟ ବୃଦ୍ଧି ହୋଇପାରେ।

ବୃଷ- କର୍ମକ୍ଷେତ୍ରରେ ପରିଶ୍ରମର ଫଳ ପାଇବେ। ଶତ୍ରୁ ଓ ପ୍ରତିଦ୍ୱନ୍ଦ୍ୱୀ ଦୁର୍ବଳ ହେବେ। ଅଫିସରେ ଅଧିକାରୀଙ୍କ ସହଯୋଗ ମିଳିବ। ଅଟକିଥିବା କାମ ଆଗକୁ ବଢ଼ିବ। ଋଣ କମାଇବାର ଯୋଜନା ସଫଳ ହେବ। ସମୟର ସଦୁପଯୋଗ କରନ୍ତୁ। ଅର୍ଥପ୍ରାପ୍ତିର ଯୋଗ ରହିଛି।

ମିଥୁନ- ସୃଜନଶୀଳ କାମରେ ପ୍ରଶଂସା ପାଇବେ। ପ୍ରେମ ସମ୍ପର୍କ ମଧୁର ରହିବ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିପାରେ। ପଢ଼ାରେ ମନ ଲାଗିବ। ନିବେଶ ପାଇଁ ଦିନ ଅନୁକୂଳ। ଅହଂକାର ଠାରୁ ଦୂରେ ରୁହନ୍ତୁ। ନୂତନ ଆୟର ସୁଯୋଗ ସୃଷ୍ଟି ହେବ।

କର୍କଟ- ପରିବାରରେ ସୁଖ ଓ ଶାନ୍ତି ବଢ଼ିବ। ଘର ସଜାଇବାର ଯୋଜନା କରିପାରନ୍ତି। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଜମିବାଡ଼ି କାମରେ ଅଗ୍ରଗତି ହେବ। ମାନସିକ ଚାପ କମିବ। ସନ୍ଧ୍ୟା ଶାନ୍ତିମୟ ରହିବ। କାର୍ଯ୍ୟରେ ପ୍ରଶଂସିତ ହେବେ।

ସିଂ- ସାହସ ଓ ଆତ୍ମବିଶ୍ୱାସ ବଢ଼ିବ। ଛୋଟ ଯାତ୍ରା ଲାଭଦାୟକ ହେବ। ଭାଇଭଉଣୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ନୂଆ ଗ୍ରାହକ ଯୋଡ଼ିବେ। କଥାବାର୍ତ୍ତାରେ ସମ୍ମାନ ପାଇବେ। ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଘାତପ୍ରାପ୍ତ ହେବାରୁ ସତର୍କ ରୁହନ୍ତୁ।

କନ୍ୟା- ଧନ ସଞ୍ଚୟରେ ସଫଳତା ମିଳିବ। ପରିବାରରେ ଶୁଭ ଆଲୋଚନା ହେବ। ବ୍ୟବସାୟରେ ଆୟ ବୃଦ୍ଧି ହେବ। ଖାଦ୍ୟପାନୀୟରେ ସଂଯମ ରଖନ୍ତୁ। ମୂଲ୍ୟବାନ ଜିନିଷ ସୁରକ୍ଷିତ ରଖନ୍ତୁ। ଭଲ ଆୟ ହେବ।

ତୁଳା- ଚନ୍ଦ୍ର ପ୍ରଭାବରେ ବ୍ୟକ୍ତିତ୍ୱ ଉଜ୍ଜ୍ବଳ ରହିବ। ଆର୍ଥିକ ଲାଭର ସୁଯୋଗ ମିଳିବ। ପରିବାରରେ ଆନନ୍ଦର ପରିବେଶ ରହିବ। କଳା ଓ ସୃଜନଶୀଳ କାମରେ ସଫଳତା ପାଇବେ। ବ୍ୟବସାୟରେ ନୂଆ ଚୁକ୍ତି ହୋଇପାରେ। ଆତ୍ମବିଶ୍ୱାସ ଆପଣଙ୍କ ଶକ୍ତି ହେବ। ଘରେ ଅଶାନ୍ତିର ସମ୍ଭାବନା ରହିଛି।

ବିଛା- ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ଗୁପ୍ତ ଶତ୍ରୁଙ୍କୁ ସତର୍କ ରୁହନ୍ତୁ। ବିଦେଶ କିମ୍ବା ଦୂରସ୍ଥ କାମରେ ଲାଭ ମିଳିପାରେ। ଆଧ୍ୟାତ୍ମିକ ଚିନ୍ତା ବଢ଼ିବ। ରାତିରେ ଶୁଭ ସମାଚାର ମିଳିପାରେ। ବାଦବିବାଦରୁ ଦୂରେଇ ରୁହନ୍ତୁ। ନୂତନ ସ୍ଥାନ ଲାଭର ଯୋଗ ରହିଛି।

ଧନୁ- ମିତ୍ରଙ୍କ ସହଯୋଗରେ କାମ ସଫଳ ହେବ। ଦୀର୍ଘଦିନର ଇଚ୍ଛା ପୂରଣ ହୋଇପାରେ। ଆୟ ବୃଦ୍ଧିର ନୂଆ ପଥ ଖୋଲିବ। ସାମାଜିକ ସମ୍ମାନ ବଢ଼ିବ। ବ୍ୟବସାୟରେ ଲାଭଦାୟକ ଚୁକ୍ତି ହେବ। ନୂଆ ପରିଚୟ ଭବିଷ୍ୟତରେ ଉପକାରୀ ହେବ। ମନାନ୍ତର ଦୂର ହେବ।

ମକର- କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବଢ଼ିବ। ସରକାରୀ କାମରେ ସଫଳତା ମିଳିବ। ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ। ବ୍ୟବସାୟରେ ସ୍ଥିର ଲାଭ ହେବ। ପରିବାରର ଦାୟିତ୍ୱ ଭଲଭାବେ ପୂରଣ କରିବେ। ଧୈର୍ଯ୍ୟ ରଖିଲେ ବଡ଼ ସଫଳତା ମିଳିବ। ଦ୍ରବ୍ୟପ୍ରାପ୍ତିର ଯୋଗ ରହିଛି।

କୁମ୍ଭ- ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଗୁରୁଜନଙ୍କ ଆଶୀର୍ବାଦ ଲାଭଦାୟକ ହେବ। ଉଚ୍ଚଶିକ୍ଷା ଓ ପରୀକ୍ଷାରେ ସଫଳତା ମିଳିବ। ଦୂରଯାତ୍ରାର ଯୋଗ ରହିଛି। ଶୁଭ କାମ ଆରମ୍ଭ ପାଇଁ ଦିନ ଅନୁକୂଳ। ପ୍ରଶଂସାପ୍ରାପ୍ତି ହେବ।

ମୀନ- ହଠାତ୍ ଧନଲାଭର ସମ୍ଭାବନା ରହିଛି। ପୁରୁଣା ସମସ୍ୟାର ସମାଧାନ ମିଳିବ। ଗବେଷଣା ଓ ଗୁପ୍ତ ବିଦ୍ୟାରେ ରୁଚି ବଢ଼ିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସିବ। କ୍ରୋଧ ନିୟନ୍ତ୍ରଣ କଲେ ଦିନ ଶୁଭ ରହିବ। ବନ୍ଧୁ ସହଯୋଗ ଲାଭ କରିବେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682