ମେଷ- ସାହସ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ପରିବାରରେ ଶୁଭ ସମ୍ବାଦ ମିଳିପାରେ। ଧନ ବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୀର୍ଘଦିନର ଏକ ଇଚ୍ଛା ପୂରଣ ହେବାର ସମ୍ଭାବନା ରହିଛି।

ବୃଷ- କାର୍ଯ୍ୟରେ ଧୈର୍ଯ୍ୟ ରଖିଲେ ସଫଳତା ମିଳିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଛୋଟ ଯାତ୍ରାର ଯୋଗ ରହିଛି। ପରିବାରର ସହଯୋଗ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ଜମିବାଡ଼ି କିମ୍ବା ସମ୍ପତ୍ତି ସମ୍ବନ୍ଧୀୟ କାମରେ ଅଗ୍ରଗତି ହୋଇପାରେ।

ମିଥୁନ- ଆର୍ଥିକ ପକ୍ଷ ମଜଭୁତ ହେବାର ସମ୍ଭାବନା ଅଛି। ବ୍ୟବସାୟୀମାନେ ଭଲ ଲାଭ ପାଇପାରନ୍ତି। କଥାବାର୍ତ୍ତାରେ ସଂଯମ ରଖନ୍ତୁ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ। ନୂଆ ଯୋଜନା ଆରମ୍ଭ କରିପାରିବେ। ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ହେବ।

କର୍କଟ- ଚନ୍ଦ୍ରଙ୍କ ପ୍ରଭାବରେ ଆତ୍ମବିଶ୍ୱାସ ବଢ଼ିବ। ଚାକିରି ଓ ବ୍ୟବସାୟରେ ଉନ୍ନତିର ସୁଯୋଗ ରହିଛି। ପରିବାରରେ ଆନନ୍ଦର ପରିବେଶ ରହିବ। ଧନ ପ୍ରାପ୍ତିର ଯୋଗ ଅଛି। ମାନସିକ ଶାନ୍ତି ମିଳିବ। ଅଟକିଥିବା ଧନ ଫେରି ପାଇବାର ସମ୍ଭାବନା ରହିଛି।

ସିଂହ- କାର୍ଯ୍ୟଭାର ବଢ଼ିପାରେ କିନ୍ତୁ ଧୈର୍ଯ୍ୟ ରଖିଲେ ସଫଳତା ମିଳିବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେ ରୁହନ୍ତୁ। ଉଚ୍ଚ ଅଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ। ପରିବାରର ସହଯୋଗ ମିଳିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ସନ୍ଧ୍ୟା ପରେ କୌଣସି ଭଲ ଖବର ମନକୁ ଖୁସି କରିବ।

କନ୍ୟା- ପରିଶ୍ରମର ଭଲ ଫଳ ମିଳିବ। ଚାକିରିରେ ପ୍ରଶଂସା ମିଳିପାରେ। ଧନ ସଞ୍ଚୟ ପାଇଁ ଯୋଜନା କରିବେ। ଘରେ ଶୁଭ କାର୍ଯ୍ୟର ଆଲୋଚନା ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ନୂତନ ଦାୟିତ୍ୱ ଭବିଷ୍ୟତରେ ଉନ୍ନତିର ପଥ ଖୋଲିଦେବ।

ତୁଳା-  ମିଶ୍ରିତ ଫଳ ମିଳିବ। କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଭାଗୀଦାରୀ ବ୍ୟବସାୟରେ ସତର୍କ ରୁହନ୍ତୁ। ପରିବାର ସହ ସମୟ ବିତାଇଲେ ମନ ପ୍ରସନ୍ନ ରହିବ। ଧନ ବ୍ୟୟ ନିୟନ୍ତ୍ରଣ କରନ୍ତୁ। ଧାର୍ମିକ କାର୍ଯ୍ୟରେ ଯୋଗଦେଲେ ମାନସିକ ସନ୍ତୋଷ ମିଳିବ।

ବିଛା- ଅଷ୍ଟମ ଚନ୍ଦ୍ର ପ୍ରଭାବରୁ କିଛି ବାଧା, ମାନସିକ ଚାପ କିମ୍ବା ଅନାବଶ୍ୟକ ଧାଁ-ଦୌଡ଼ ହୋଇପାରେ। ତର୍କ ବିବାଦରୁ ଦୂରେଇ ରୁହନ୍ତୁ। ଗାଡ଼ି ଚଳାଇବା ଓ ଆର୍ଥିକ ନିଷ୍ପତ୍ତିରେ ସତର୍କ ରୁହନ୍ତୁ। ଭଗବାନ ଶିବଙ୍କ ଉପାସନା ଶୁଭ ହେବ।

ଧନୁ- କର୍ମକ୍ଷେତ୍ରରେ ଭଲ ପ୍ରଗତି ହେବ। ଆର୍ଥିକ ଲାଭର ଯୋଗ ରହିଛି। ଅଧିକାରୀଙ୍କ ସହଯୋଗ ପାଇବେ। ପରିବାରରେ ସୁଖଶାନ୍ତି ରହିବ। ନୂଆ କାମ ଆରମ୍ଭ କରିବା ପାଇଁ ସମୟ ଭଲ। ପ୍ରତିଯୋଗିତାମୂଳକ କ୍ଷେତ୍ରରେ ସଫଳତା ମିଳିପାରେ।

ମକର- ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଧନ ପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ଉନ୍ନତି ହେବ। ପରିବାରରେ ଖୁସିର ପରିବେଶ ରହିବ। ନିବେଶ ପାଇଁ ଦିନଟି ଅନୁକୂଳ। ସାମାଜିକ ସମ୍ମାନ ବୃଦ୍ଧି ପାଇବ।

କୁମ୍ଭ- ଦିନଟି ମଧ୍ୟମ ରହିବ। କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଅନାବଶ୍ୟକ ତର୍କରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ସନ୍ଧ୍ୟା ପରେ ପରିସ୍ଥିତିରେ ସୁଧାର ଆସିବ। ପରିବାରର ଜଣେ ସଦସ୍ୟଙ୍କ ସହଯୋଗରେ କାମ ସହଜ ହେବ।

ମୀନ- ଭାଗ୍ୟର ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ପରିବାରରେ ସୁଖ ଓ ଶାନ୍ତି ରହିବ। ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବ। ଛାତ୍ରଛାତ୍ରୀ ଓ ଚାକିରିଆଙ୍କ ପାଇଁ ଦିନଟି ଶୁଭ। ଗୁରୁଜନଙ୍କ ଆଶୀର୍ବାଦରେ ଅଟକିଥିବା କାର୍ଯ୍ୟରେ ସଫଳତା ମିଳିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682