ମେଷ- ଦିନଟି ସାଧାରଣ ରହିବ। ସକାଳେ କାମରେ ଗତି ଆସିବ। ନୂତନ ଯୋଜନା ସଫଳ ହେବ। ଦ୍ବିପ୍ରହର ପରେ କିଛି ଆଳସ୍ୟ ଅନୁଭବ ହେବ। ପରିବାରର ସହଯୋଗ ମିଳିବ। ଆର୍ଥିକ ଦିଗରେ ମଧ୍ୟମ ଫଳ ମିଳିବ।

ବୃଷ- ଘାତ ଚନ୍ଦ୍ର ପ୍ରଭାବରୁ ଦିନଟି କିଛି କଷ୍ଟଦାୟକ ହୋଇପାରେ। ମାନସିକ ଚାପ ବଢ଼ିପାରେ। ଆର୍ଥିକ କାର୍ଯ୍ୟରେ ସତର୍କ ରୁହନ୍ତୁ। ବିବାଦରୁ ଦୂରେଇ ରହିବା ଭଲ। ଶାନ୍ତ ମନରେ କାମ କରନ୍ତୁ।

ମିଥୁନ- କିଛି କାମରେ ବାଧା ଆସିପାରେ। ମନରେ ଅସ୍ଥିରତା ଦେଖାଯିବ। ତରବରିଆ ଭାବରେ ନିଷ୍ପତ୍ତି ନିଅନ୍ତୁ ନାହିଁ। ଧୈର୍ଯ୍ୟ ରଖିଲେ କାମ କଲେ ବି ମଧ୍ୟମ ଫଳ ମିଳିବ।

କର୍କଟ- ଦିନଟି ମିଶ୍ରିତ ଫଳ ଦେବ। କାର୍ଯ୍ୟରେ ସତର୍କ ରୁହନ୍ତୁ। କିଛି ଚିନ୍ତା ବଢ଼ିପାରେ। ପରିବାରରେ ଛୋଟ ମତଭେଦ ହୋଇପାରେ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ଧୈର୍ଯ୍ୟ ରଖିବା ଆବଶ୍ୟକ।

ସିଂହ- ଭଲ ସୁଯୋଗ ମିଳିପାରେ। କାର୍ଯ୍ୟରେ ସଫଳତା ଆସିବ। ଉପରିସ୍ଥଙ୍କ ପ୍ରଶଂସା ମିଳିପାରେ। ଧନ ଲାଭ ସମ୍ଭାବନା ରହିଛି। ଆତ୍ମବିଶ୍ୱାସ ବଢ଼ିବ। ଦିନଟି ଶୁଭ ରହିବ।

କନ୍ୟା- ସକାଳେ ଚନ୍ଦ୍ର ପ୍ରଭାବରୁ ମନ ସ୍ଥିର ରହିବ। କାମ ସହଜରେ ସମ୍ପନ୍ନ ହେବ। ନୂତନ ଯୋଜନାରେ ସଫଳତା ମିଳିବ। ଆରୋଗ୍ୟ ଦିଗରେ ସତର୍କ ରୁହନ୍ତୁ। ମଧ୍ୟମ ଫଳ ମିଳିବ।

ତୁଳା- ଘାତ ବାର ଥିବାରୁ ଦିନଟି ସତର୍କତାରେ କାଟନ୍ତୁ। କାର୍ଯ୍ୟରେ ବାଧା ଆସିପାରେ। ବିବାଦରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବଢ଼ିପାରେ। ମାନସିକ ଚାପ ଦେଖାଯିବ। ଧୈର୍ଯ୍ୟ ରଖନ୍ତୁ।

ବିଛା- ସମୟ ଆପଣଙ୍କ ପକ୍ଷରେ ରହିବ। କାର୍ଯ୍ୟରେ ସଫଳତା ମିଳିବ। ପୁରୁଣା ସମସ୍ୟାର ସମାଧାନ ହେବ। ପରିବାରରେ ଖୁସି ରହିବ। ଧନ ଲାଭ ହେବ। ଦିନଟି ଭଲ ରହିବ।

ଧନୁ- ଦିନଟି ସାଧାରଣ ରହିବ। କାର୍ଯ୍ୟରେ ଧୀରେ ଧୀରେ ସଫଳତା ମିଳିବ। ଧନ ଦିଗରେ ଉନ୍ନତି ହେବ। ପରିବାରର ସହଯୋଗ ମିଳିବ। ଯାତ୍ରାର ସମ୍ଭାବନା ରହିଛି। ଧୈର୍ଯ୍ୟ ରଖନ୍ତୁ।

ମକର- କାର୍ଯ୍ୟକ୍ଷେତ୍ରରେ ଭଲ ପରିଣାମ ମିଳିବ। ନୂତନ ସୁଯୋଗ ମିଳିପାରେ। ଉପରିସ୍ଥଙ୍କ ସହଯୋଗ ମିଳିବ। ଧନ ଲାଭ ସମ୍ଭାବନା ରହିଛି। ପରିବାରରେ ଶାନ୍ତି ରହିବ। ଦିନଟି ଶୁଭ ରହିବ।

କୁମ୍ଭ- ଘାତ ବାର ପ୍ରଭାବରୁ ଦିନଟି କିଛି କଷ୍ଟଦାୟକ ହୋଇପାରେ। କାମରେ ବାଧା ଆସିପାରେ। ମାନସିକ ଚାପ ବଢ଼ିପାରେ। ଧନ ଖର୍ଚ୍ଚ ବଢ଼ିପାରେ। ସତର୍କ ରୁହନ୍ତୁ।

ମୀନ- ଦିନଟି ଭଲ ରହିବ। କାର୍ଯ୍ୟରେ ସଫଳତା ମିଳିବ। ମନ ଖୁସି ରହିବ। ପରିବାରରେ ଖୁସି ରହିବ। ଧନ ଲାଭ ସମ୍ଭାବନା ରହିଛି। ଆତ୍ମବିଶ୍ୱାସ ବଢ଼ିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ– 8249826682