ଭୁବନେଶ୍ୱର, ୨୫/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଓଡ଼ିଶା ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଅପରାହ୍ଣ ପ୍ରାୟ ୪ଟା ୪୫ ମିନିଟ୍ ସମୟରେ ଭୁବନେଶ୍ଵରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦଘାଟନ କରିବା ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ୨ଟା୪୫ରେ ବାରଣାସୀରୁ ସ୍ବତନ୍ତ୍ର ବିମାନରେ ଆସି ଅପରାହ୍ଣ ୪ଟା ୧୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସ୍ବତନ୍ତ୍ର ହେଲିକପ୍ଟରରେ ଇନଫୋଭ୍ୟାଲି-୨କୁ ଯିବେ। । ସେଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ସାଇବର ସୁରକ୍ଷା ତାଲିମ ପ୍ରତିଷ୍ଠାନ ଏବଂ ଉଦ୍ୟୋଗ-ପ୍ରଯୁକ୍ତିବିଦ୍ୟା ତାଲିମ ସହିତ ଗବେଷଣା ଏବଂ କ୍ଷେତ୍ରସ୍ତରୀୟ ଦକ୍ଷତା ବିକାଶ ପାଇଁ ଏକ ଉତ୍ସର୍ଗୀକୃତ ସଂସ୍ଥାଗତ ପ୍ଲାଟଫର୍ମ ପ୍ରଦାନ କରିବ। ଏହି ପ୍ରତିଷ୍ଠାନ କମ୍ପୁଟିଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଅନ୍ୟାନ୍ୟ ଆଗଧାଡ଼ିର ପ୍ରଯୁକ୍ତିବିଦ୍ୟା ସମେତ ବିଏଫଏଆଇ କ୍ଷେତ୍ର ସହିତ ପ୍ରାସଙ୍ଗିକ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଧ୍ୟାନ ଦେବ।

Also Read :-ଭୟଙ୍କର ରୂପ ନେଲାଣି ବାତ୍ୟା ଅର୍ଣ୍ଣବ : ଓଡ଼ିଶାରେ ଏକ୍ସଟ୍ରିମ୍ ସିଭିୟର ବର୍ଷା, ୧୦୦ ପାଖାପାଖି ରହିବ ପବନ !

କାର୍ଯ୍ୟକ୍ରମ ସରିବା ପରେ ସନ୍ଧ୍ୟା ୫ଟା ୫୦ରେ କାର୍ଯ୍ୟକ୍ରମ ସ୍ଥଳରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ବାହାରିବ । ୬ଟା୩୦ରେ ବିମାନ ବନ୍ଦରରେ ପହଞ୍ଚିବ। ସନ୍ଧ୍ୟା ୬ଟା୩୬ରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ତେବେ ଇନଫୋଭ୍ୟାଲି-୨ ଅଞ୍ଚଳରେ ପ୍ରାୟ ପ୍ରାୟ ୧୮ ଏକର ଜମିରେ ନିର୍ମିତ ଏହି ଡାଟା ସେଣ୍ଟରର ଶିଳାନ୍ୟାସ ୨୦୨୩ରେ କରାଯାଇଥିଲା। ଦେଶର ଗୁରୁତ୍ବପୂର୍ଣ୍ଣ ଆର୍ଥିକ ତଥ୍ୟ ଓ ଡିଜିଟାଲ୍ ଭିତ୍ତିଭୂମିର ସୁରକ୍ଷା ଦୃଷ୍ଟିରୁ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଭୌଗୋଳିକ ଅବସ୍ଥିତିକୁ ବିଚାରକୁ ନେଇ ଏଠାରେ ଡାଟା ସେଣ୍ଟର ନିର୍ମାଣ କରାଯାଇଛି। ଏଥିପାଇଁ ଡାଟା ସେଣ୍ଟର ପରିସରରେ ତିନୋଟି ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୭୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ୩ ଶହ ଅଧିକାରୀ ମୁତୟନ ରହିବେ। ଶନିବାର ଏସପିଜିର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମ ସ୍ଥଳ ଯାଞ୍ଚ କରିଛନ୍ତି ।