ମେଷ- ଘାତବାର ହୋଇଥିବାରୁ ସତର୍କ ରହିବା ଆବଶ୍ୟକ। କାର୍ଯ୍ୟରେ କିଛି ବାଧା ଓ ବିଳମ୍ବ ଦେଖାଦେଇପାରେ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ଆର୍ଥିକ କାରବାରରେ ସଚେତନତା ଅବଲମ୍ବନ କରନ୍ତୁ। ପରିବାରରେ ଧୈର୍ଯ୍ୟ ଓ ସଂଯମ ରକ୍ଷା କରନ୍ତୁ। ଇଷ୍ଟଦେବଙ୍କ ସ୍ମରଣ ଶୁଭଫଳ ପ୍ରଦାନ କରିବ।

ବୃଷ- ଦିନଟି କିଛି ପ୍ରତିକୂଳ ରହିପାରେ। କାର୍ଯ୍ୟକ୍ଷେତ୍ରରେ ଆଶା ଅନୁଯାୟୀ ଫଳ ମିଳିନପାରେ। ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବ। ମାନସିକ ଚିନ୍ତା ଲାଗି ରହିପାରେ। ପାରିବାରିକ ବିଷୟରେ ସତର୍କତା ଆବଶ୍ୟକ। ଧୈର୍ଯ୍ୟ ଧାରଣ କରନ୍ତୁ।

ମିଥୁନ- ଆପଣଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଅଟକିଥିବା କାର୍ଯ୍ୟରେ ଅଗ୍ରଗତି ହେବ। ବନ୍ଧୁଙ୍କ ସହଯୋଗ ଲାଭ କରିବେ। ଆର୍ଥିକ ଲାଭର ସମ୍ଭାବନା ରହିଛି। ମନ ପ୍ରଫୁଲ୍ଲ ରହିବ। ଶୁଭ ସମ୍ବାଦ ପ୍ରାପ୍ତ ହୋଇପାରେ।

କର୍କଟ- ଘାତବାର ପ୍ରଭାବରୁ ଅଧିକ ସତର୍କ ରହନ୍ତୁ। କାର୍ଯ୍ୟରେ ବାଧା ଓ ଅସୁବିଧା ଦେଖାଦେଇପାରେ। ମାନସିକ ଅସ୍ଥିରତା ବୃଦ୍ଧି ପାଇପାରେ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଭଗବାନଙ୍କ ନାମ ସ୍ମରଣ କରନ୍ତୁ।

ସିଂହ- ଚନ୍ଦ୍ର ରାଶିର ପ୍ରଭାବରୁ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କାର୍ଯ୍ୟକ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ଲାଭ କରିବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ନୂତନ ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ଦିନଟି ଶୁଭଫଳଦାୟକ ରହିବ।

କନ୍ୟା- କାର୍ଯ୍ୟକ୍ଷେତ୍ରରେ ଚାପ ବଢ଼ିପାରେ। ଅନାବଶ୍ୟକ ଚିନ୍ତା ମନକୁ ବିଚଳିତ କରିପାରେ। ଧନ ବ୍ୟୟ ବୃଦ୍ଧି ହୋଇପାରେ। ସହକର୍ମୀଙ୍କ ସହ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଧୈର୍ଯ୍ୟ ରକ୍ଷା କରନ୍ତୁ।

ତୁଳା- ଦିନଟି ଅନୁକୂଳ ରହିବ। ବ୍ୟବସାୟରେ ଲାଭ ମିଳିପାରେ। ମିତ୍ରଙ୍କ ସହଯୋଗ ପ୍ରାପ୍ତ ହେବ। ପରିବାରରେ ଖୁସିର ପରିବେଶ ରହିବ। ନୂତନ ସୁଯୋଗ ମିଳିପାରେ। ମନ ପ୍ରସନ୍ନ ରହିବ।

ବିଛା- ପରିଶ୍ରମ ଅନୁଯାୟୀ ଫଳ ମିଳିବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପରିବାରରେ ସହଯୋଗ ମିଳିବ। ନୂତନ ପରିଚୟ ଲାଭଦାୟକ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ଧନୁ- ମିଶ୍ରିତ ଫଳ ପ୍ରାପ୍ତ ହେବ। କେତେକ କାର୍ଯ୍ୟରେ ସଫଳତା ମିଳିବ ଓ କିଛି କାମରେ ବିଳମ୍ବ ହୋଇପାରେ। ଆର୍ଥିକ ଦିଗ ସାଧାରଣ ରହିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଯାତ୍ରାରେ ସତର୍କ ରୁହନ୍ତୁ। ଧୈର୍ଯ୍ୟ ରକ୍ଷା କରନ୍ତୁ।

ମକର- ଘାତଚନ୍ଦ୍ର ପ୍ରଭାବରୁ ପ୍ରତିକୂଳତା ଦେଖାଦେଇପାରେ। କାର୍ଯ୍ୟରେ ବିଳମ୍ବ ଓ ବାଧା ରହିବ। ମାନସିକ ଚିନ୍ତା ବୃଦ୍ଧି ପାଇପାରେ। ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ବିବାଦରୁ ଦୂରେଇ ରୁହନ୍ତୁ।

କୁମ୍ଭ- ଆୟର ନୂତନ ସୁଯୋଗ ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ସହଯୋଗ ମିଳିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ପରିବାରରେ ସୁଖଶାନ୍ତି ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ମନ ଉତ୍ସାହିତ ରହିବ।

ମୀନ- କର୍ମକ୍ଷେତ୍ରରେ ସମ୍ମାନ ଓ ସଫଳତା ପ୍ରାପ୍ତ ହେବ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ମିଳିବ। ଆର୍ଥିକ ଲାଭର ଯୋଗ ରହିଛି। ପରିବାରରେ ଆନନ୍ଦର ପରିବେଶ ରହିବ। ନୂତନ କାର୍ଯ୍ୟରେ ଅଗ୍ରଗତି ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682