ମେଷ- କାମରେ ମନ ଲଗାଇଲେ ଭଲ ଫଳ ମିଳିବ। ଅଟକିଥିବା କାମ ଆଗକୁ ବଢ଼ିପାରେ। ଚାକିରିରେ ଦାୟିତ୍ୱ ବଢ଼ିବ। ଟଙ୍କା ମାମଲାରେ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଘରେ କାହାର କଥାକୁ ନେଇ ମନ ଖରାପ କରନ୍ତୁ ନାହିଁ। ନୂଆ କାମ ପାଇଁ ଭଲ ଲୋକଙ୍କ ସହଯୋଗ ମିଳିପାରେ।

ବୃଷ- ଦିନଟି ଟିକେ ସାବଧାନରେ ଚାଲିବାର ଦିନ। ଘାତ ଚନ୍ଦ୍ର ଥିବାରୁ ମନରେ ଅସ୍ଥିରତା ଓ ଚିନ୍ତା ବଢ଼ିପାରେ। ଟଙ୍କା ଦେବା-ନେବା ବେଳେ ଭଲଭାବେ ଭାବନ୍ତୁ। କାମରେ ଛୋଟ ଭୁଲ ବଡ଼ ସମସ୍ୟା କରିପାରେ। ଯାତ୍ରା କିମ୍ବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ତରବର କରନ୍ତୁ ନାହିଁ। କାହାକୁ ଅଧିକ ଭରସା କରି ବ୍ୟକ୍ତିଗତ କଥା କହନ୍ତୁ ନାହିଁ।

ମିଥୁନ- ନୂଆ ଯୋଜନା କରିବା ପାଇଁ ଦିନଟି ଭଲ। କାମରେ ଆପଣଙ୍କ କଥାକୁ ଗୁରୁତ୍ୱ ମିଳିବ। ଆର୍ଥିକ ଦିଗରେ ଧୀରେ ଧୀରେ ସୁଧାର ଆସିପାରେ। ପରିବାରରୁ ସହଯୋଗ ମିଳିବ। ପୁରୁଣା କାମ ସାରିଦେଲେ ମନ ହାଲୁକା ହେବ। ନୂଆ ଯୋଗାଯୋଗ ଆଗକୁ ଲାଭ ଦେଇପାରେ।

କର୍କଟ- କାର୍ଯ୍ୟକ୍ଷେତ୍ରରେ ଭଲ ସୁଯୋଗ ମିଳିପାରେ। ଉପରିସ୍ଥ ଲୋକଙ୍କ ସହଯୋଗ ପାଇବେ। ଆୟ ବଢ଼ାଇବା ନେଇ ନୂଆ ଚିନ୍ତା ଆସିବ। ପରିବାରରେ ଖୁସିର ପରିବେଶ ରହିବ। ନିଜ ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ଘରୋଇ କୌଣସି ଶୁଭ ଖବର ମନକୁ ଖୁସି କରିପାରେ।

ସିଂହ- ନିଜ କାମକୁ ନେଇ ଭଲ ଫଳ ମିଳିପାରେ। ଚାକିରି କିମ୍ବା ବ୍ୟବସାୟରେ ନୂଆ ସମ୍ପର୍କ ଲାଭ ଦେବ। ଅଟକିଥିବା ଟଙ୍କା ମିଳିବାର ଆଶା ରହିଛି। ଘରେ କାହାର ସ୍ୱାସ୍ଥ୍ୟକୁ ନେଇ ଟିକେ ଚିନ୍ତା ହୋଇପାରେ। ରାଗରେ କୌଣସି କଥା କହନ୍ତୁ ନାହିଁ। ପୁରୁଣା ଏକ ଇଚ୍ଛା ପୂରଣ ହେବାର ସୁଯୋଗ ମିଳିପାରେ।

କନ୍ୟା- ଚନ୍ଦ୍ର ରାଶିରେ ଥିବାରୁ ନିଜ କାମ ଓ ଭବିଷ୍ୟତକୁ ନେଇ ଗୁରୁତ୍ୱର ସହ ଭାବିବେ। କାମରେ ନୂଆ ଦାୟିତ୍ୱ ମିଳିପାରେ। ଟଙ୍କା ମାମଲାରେ ଧୀରେ ଧୀରେ ଭଲ ସ୍ଥିତି ଆସିବ। ନିଜ ଲୋକଙ୍କ ସହ କଥା ହୋଇ କିଛି ସମସ୍ୟାର ସମାଧାନ କରିପାରିବେ। ଅଧିକ ଚିନ୍ତା କରି ନିଜକୁ ଅସୁବିଧାରେ ପକାନ୍ତୁ ନାହିଁ। ନିଜ ପ୍ରତିଭା ଦେଖାଇବାର ଭଲ ସୁଯୋଗ ମିଳିବ।

ତୁଳା- ଆର୍ଥିକ ଦିଗରେ ଭଲ ଖବର ମିଳିପାରେ। କାମରେ ଆପଣଙ୍କ ଦକ୍ଷତାର ପ୍ରଶଂସା ହେବ। ପୁରୁଣା ଯୋଗାଯୋଗରୁ ଲାଭ ମିଳିପାରେ। ଘରୋଇ କାମରେ ବ୍ୟସ୍ତତା ବଢ଼ିବ। ନିଜ ଯୋଜନା ସମସ୍ତଙ୍କୁ କହିବା ଦରକାର ନାହିଁ। ସାଙ୍ଗ କିମ୍ବା ପରିଚିତଙ୍କଠାରୁ ଦରକାରୀ ସହାୟତା ମିଳିପାରେ।

ବିଛା- ମନରେ ଥିବା କିଛି ଚିନ୍ତା ଧୀରେ ଧୀରେ କମିବ। ଚାକିରିରେ ନୂଆ ସୁଯୋଗ ଆସିପାରେ। ବ୍ୟବସାୟରେ ଲାଭ ହେବାର ରାସ୍ତା ଖୋଲିବ। ପରିବାରର କାହାଠାରୁ ଭଲ ପରାମର୍ଶ ପାଇବେ। ଅନ୍ୟର କଥାରେ ପଡ଼ି ଟଙ୍କା ନିବେଶ କରନ୍ତୁ ନାହିଁ। ଦୂରରେ ଥିବା କାହାଠାରୁ ଭଲ ଖବର ଆସିପାରେ।

ଧନୁ- କାର୍ଯ୍ୟକ୍ଷେତ୍ରରେ ଗତି ବଢ଼ିବ। ଦୂର ସ୍ଥାନରୁ ଭଲ ଖବର ଆସିପାରେ। ନୂଆ କାମ ଆରମ୍ଭ କରିବାର ଚିନ୍ତା ଥିଲେ ଯୋଜନା କରିପାରିବେ। ଆର୍ଥିକ ସ୍ଥିତି ସାଧାରଣ ରହିବ। ଘରେ ଛୋଟ କଥାକୁ ନେଇ ବିବାଦ କରନ୍ତୁ ନାହିଁ। ଉଚ୍ଚଶିକ୍ଷା କିମ୍ବା କ୍ୟାରିୟର ନେଇ ନୂଆ ରାସ୍ତା ଦେଖାଯାଇପାରେ।

ମକର- ଦାୟିତ୍ୱ ବଢ଼ିଲେ ମଧ୍ୟ ତାହାକୁ ଭଲଭାବେ ସମ୍ଭାଳିପାରିବେ। ଚାକିରିରେ ନିଜ କାମର ଫଳ ମିଳିବ। ଆର୍ଥିକ ଦିଗରେ ସ୍ଥିରତା ରହିବ। ପରିବାରର କାହା ସହ ପୁରୁଣା ମତଭେଦ ଦୂର ହୋଇପାରେ। ଶରୀରକୁ ଅଧିକ କ୍ଲାନ୍ତ କରନ୍ତୁ ନାହିଁ। ବଡ଼ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅଭିଜ୍ଞ ଲୋକଙ୍କ ପରାମର୍ଶ ନିଅନ୍ତୁ।

କୁମ୍ଭ- ଆପଣଙ୍କ ଯୋଜନାରେ ନୂଆ ଦିଗ ଆସିପାରେ। କାମରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ଆୟର ନୂଆ ଉତ୍ସ ନେଇ ଚିନ୍ତା କରିପାରିବେ। ପୁରୁଣା ଚିନ୍ତାରୁ ମୁକ୍ତି ମିଳିବ। ଅନାବଶ୍ୟକ ବାଦବିବାଦରୁ ଦୂରେଇ ରୁହନ୍ତୁ। ନୂଆ କୌଣସି ଦାୟିତ୍ୱ ଆପଣଙ୍କ ପାଇଁ ଆଗକୁ ଲାଭଦାୟକ ହୋଇପାରେ।

ମୀନ- କାମରେ ଧୈର୍ଯ୍ୟ ରଖିଲେ ଭଲ ଫଳ ମିଳିବ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ। ଆର୍ଥିକ ଦିଗରେ ଅଟକିଥିବା କାମ ଆଗକୁ ବଢ଼ିବ। ପରିବାରରେ ଖୁସିର ପରିବେଶ ରହିବ। ଭବିଷ୍ୟତ ପାଇଁ ଭଲ ଯୋଜନା କରିବାର ଦିନ। ନିଜର କୌଣସି ପୁରୁଣା କୌଶଳକୁ କାମରେ ଲଗାଇଲେ ଲାଭ ମିଳିପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682